ବ୍ରାହ୍ମଣୀ ନଦୀରୁ ଭାସିଗଲେ ନବମ ଶ୍ରେଣୀରେ ୩ ଛାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରାହ୍ମଣୀ ନଦୀରୁ ଭାସିଗଲେ ନବମ ଶ୍ରେଣୀରେ ୩ ଛାତ୍ର ।
ଆଜି ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉଥିବାବେଳେ ପାଣିର ସୁଅ ମୁହଁରେ ପଡି ଭାସିଯାଇଥିଲେ । ଭାସିଯାଉଥିବାବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ଜଣଙ୍କ ନିକଟସ୍ଥ ନୂଆପଡ଼ା ଗ୍ରାମର ସୁଧାବିନ୍ଦୁ ବେହେରା ବୋଲି ଜଣାପଡିଛି।

୩ ଛାତ୍ର ରାଧାଦେଇ ପୁର ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର। ରବିବାର ଥିବାରୁ ସେମାନେ ସାଂଗ ହୋଇ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଘଟଣାସ୍ଥଳରେ ଗଁଦିଆ ପୁଲିସ ପହଞ୍ଚିବା ସହିତ ଅଗ୍ନିଶ୍ରମ ବିଭାଗ ପହଞ୍ଚି ଖୋଜା ଖୋଜି ଚଳାଇଛି । ତେବେ ନିଖୋଜ ଛାତ୍ରଙ୍କ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

Related Posts