
ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଫଳାଫଳ ଘୋଷଣା | ବିଜେଡି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ବିପୁଳ ପରିମାଣରେ ବିଜୟ ହାସଲ କରି ଆଗକୁ ଆଗକୁ ମାଡି ଚାଲୁଛି | ଏବେ ମୋଟ ୮୫୧ ଜିଲ୍ଲା ପରିଷଦ ଜୋନରୁ ୫୫୩ରେ ବିଜେଡି ଆଗୁଆ ଥିବା ବେଳେ, ଗୋଟିଏ ପରେ ଗୋଟିଏ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ନିଜ ହାତକୁ ନେଇଛି | ଏହି କ୍ରମରେ କଟକରେ ଦ୍ବିତୀୟ ଦିନ ଗଣତି ହୋଇଥିଵା ୧୫ଟି ଜିଲ୍ଲା ପରିଷଦ ଜୋନରେ ଵିଜେଡିର ଵିଜୟ ଏକ ପ୍ରକାର ନିଶ୍ଚିତ ହୋଇଛି। ୧୨ଟି ଜିଲ୍ଲା ପରିଷଦ ଜୋନରେ ଵିଜେଡି ଵିଜୟୀ ହୋଇସାରିଥିଵା ଵେଳେ ତିନୋଟି ଜୋନରେ ନିର୍ଣ୍ଣାୟକ ଲିଡ୍ ହାସଲ କରିସାରିଲାଣି ଵିଜେଡି।
ଦ୍ବିତୀୟ ରାଉଣ୍ଡରେ ଗଣତି ହୋଇଥିଵା ୧୫ ଜୋନରୁ ଗତ ନିର୍ଵାଚନରେ ଦୁଇଟି ଜୋନରେ ଵିଜେପି ଵିଜୟଲାଭ କରିଥିଲା। ମାତ୍ର ସେହି ଜୋନ ଗୁଡିକରେ ଚଳିତ ଥର ଵିଜେଡି ଵିଜୟୀ ହୋଇଛି। ଏବେ ଯାଏଁ କଟକ ଜିଲ୍ଲାରେ ଗଣତି ହୋଇଥିଵା ୨୯ଟି ଜୋନ ମଧ୍ୟରୁ ଵିଜେଡି ୨୮ଟିରେ ଵିଜୟ ନିଶ୍ଚିତ କରିଥିବା ଵେଳେ ଗୋଟିଏରେ ଵିଜେପି ଵିଜୟୀ ହୋଇଛି। ସୋମବାର କଟକ ଜିଲ୍ଲାର ଵାକି ୧୭ଟି ଜିଲ୍ଲା ପରିଷଦ ଜୋନର ମତ ଗଣନା ହେଵ।
କଟକ ଜିଲ୍ଲାର କେଉଁ ଆସନରୁ କିଏ ବିଜୟୀ ହୋଇଛନ୍ତି । ଆସନ୍ତୁ ଜାଣିବା-
ଟାଙ୍ଗି- ଚୌଦ୍ଵାର ୧୧ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ ଵିଜୟୀ
ବଡ଼ମ୍ବା ବ୍ଲକ୍ ୩୦ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ରବିନ୍ଦ୍ର କୁମାର ସାହୁ ଵିଜୟୀ
ନିଆଳୀର ୨୦ ନଂ ଜୋନରେ ଵିଜେଡି ପ୍ରାର୍ଥୀ କବିତା କୁମାରୀ ରାଉତ ବିଜୟୀ
ଆନଗଡ ୨ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ମିନତୀ ଗାଗରାଇ ଵିଜୟୀ
ଵାଙ୍କୀ ୩୫ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ସଞୟ କୁମାର ପାତ୍ର ଵିଜୟୀ
ଡମପଡା ଵ୍ଲକ ୩୮ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ଆଶିଷ କୁମାର ସାହୁ ଵିଜୟୀ
ଵାରଙ୍ଗ ୩୩ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ପ୍ରଦୀପ୍ତ ଭୋଇ ଵିଜୟୀ
କଟକ ସଦର ୫ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ପ୍ରଦୀପ୍ତ କୁମାର ମହାଳୀ ଵିଜୟୀ
କଣ୍ଟାପଡା ୯ନମ୍ବର ଜୋନରେ ଵିଜେଡିର କ୍ରୀଷ୍ଣା ରାଣୀ ଵେହେରା ଵିଜୟୀ
ମାହାଙ୍ଗା ୪୦ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ସୁସ୍ମିତା ଦାସ ଵିଜୟୀ
ନରସିଂହପୁର ୧୭ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ଗୀତାଞଳୀ ପାତ୍ର ଵିଜୟୀ
ନିଆଳୀ ୨୧ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ସୌଦାମିନୀ ପାତ୍ର ଵହୁ ଭୋଟରେ ଆଗୁଆ ରହିଛନ୍ତି
ନିଶ୍ଚିନ୍ତକୋଇଲି ୨୫ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ଵିଳାସ କୁମାର ଭୋଇ ଵହୁ ଭୋଟରେ ଆଗୁଆ
ନିଶ୍ଚିନ୍ତକୋଇଲି ୨୬ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଜସ୍ମିତା ସେଠୀ ଵିପୁଳ ଭୋଟରେ ଆଗୁଆ
ସାଲେପୁର ୪୪ନମ୍ବର ଜୋନରେ ଵିଜେଡି ପ୍ରାର୍ଥୀ ରଞିତା ସେଠୀ ଵିଜୟୀ
ଟାଙ୍ଗୀ ଚୌଦ୍ବାର ୧୧ନମ୍ବର ଜୋନରେ ଜ୍ୟୋସ୍ନରାଣୀ ସୁଵୁଦ୍ଧିରାୟ ଵିଜୟୀ
ତିଗିରିଆ ୧୫ନମ୍ବର ଓ୍ବାର୍ଡରେ ଵିଜେଡି ପ୍ରାର୍ଥୀ ସସ୍ମିତା ରାଉତ ଵିଜୟୀ