ତୃଣମୂଳ କଂଗ୍ରେସର ନେତାଙ୍କ ଉପରେ ଆକ୍ରମଣ ପଛରେ ରହିଛି ଅମିତ ଶାହଙ୍କ ହାତ: ମମତା ବାନାର୍ଜୀ

mamata banarjee

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। ତେବେ ମମତାଙ୍କ ଭଣଜା ତଥା ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସଚିବ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଛାତ୍ର ନେତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କେବଳ ଗୃହମନ୍ତ୍ରୀ ଅମିତ ଶାହ ହିଁ ଦାୟୀ ବୋଲି ମମତା ବାନାର୍ଜୀ କହିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ବର୍ତ୍ତାମାନ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଅମିତ ଶାହାଙ୍କର ଏପରି କାର୍ଯ୍ୟକଳାପ ପରେ ମଧ୍ୟ ସେ ଭୟଭୀତ ନାହାଁନ୍ତି ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ ବିଜେପି ଶାସିତ ତ୍ରିପୁରାର ବିଭିନ୍ନ ସ୍ଥାନରେ ଅଭିଷେକ ଏବଂ ଅନ୍ୟ ନେତାଙ୍କ ଉପରେ ହୋଇଥିବା ଆକ୍ରମଣର ଗୋଟିଏ ଦିନ ପରେ ସେ ଏହି ଅଭିଯୋଗ କରିଛନ୍ତି।

ଏହା ଛଡା ତୃଣମୂଳ କଂଗ୍ରେସ ଆସନ୍ତା ୨୦୨୩ ନିର୍ବାଚନରେ ପ୍ରଥମଥର ପାଇଁ ପାଦ ଥାପିବା ପାଇଁ ସଜବାଜ ହେଉଥିବାର ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଉତ୍ତରପ୍ରଦେଶର ତ୍ରିପୁରା, ଆସାମ, ଏବଂ ବିଜେପି ସରକାର ଯେଉଁଠାରେ ବି ଅଛି ସେଠାରେ ବିଜେପି ଅରାଜକତା ସୃଷ୍ଟି କରୁଛି ବୋଲି କଲିକତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଶ୍ରମିକଙ୍କୁ ଭେଟିବା ପରେ ମମତା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଅଭିଷେକ ଏବଂ ଅନ୍ୟ ଦଳର ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ । ଏହା ସହ ବିନା କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହଯୋଗରେ ଏଭଳି ଆକ୍ରମଣ ସମ୍ଭବ ନୁହେଁ ବୋଲି ମମତା କହିଛନ୍ତି । ତ୍ରିପୁରା ପୁଲିସ ସାମ୍ନାରେ ଥିବା ବେଳେ ଗୃହମନ୍ତ୍ରୀ ଏହି ଘଟଣା ପଛରେ ରହିଛନ୍ତି । ସେଥିପାଇଁ ପୋଲିସ ଏହି ଘଟଣାରେ ନିରବ ଦର୍ଶକ ହୋଇ ରହିଛି ।

ଏହା ସହ ତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏପରି ଆକ୍ରମଣର ଆଦେଶ ନାହିଁ ବୋଲି ମମତା କହିଛନ୍ତି । ନିକଟରେ ଟିଏମସିର ତିନିଜଣ ଯୁବ ନେତା ଦେବଙ୍ଗସୁ ଭଟ୍ଟାଚାର‌୍ୟ୍ୟ, ସୁଦୀପ ରାଧା ଏବଂ ଜୟା ଦତ୍ତ ପାର୍ଟି କାର୍ଯ୍ୟରେ ତ୍ରିପୁରା ଯାଇଥିଲେ। ଏହି ସମୟରେ ସେମାନଙ୍କୁ ଏହି ରାସ୍ତାରେ ଅଟକାଇ ଆକ୍ରମଣ କରାଯାଇଥିଲା। ଯୁବ ନେତାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ କାରକୁ ଅଟକାଇ ଅମ୍ବାସା ରୋଡରେ ଆକ୍ରମଣ କରାଯାଇଥିଲା। ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ଅଗରତାଲା ପରେ ଧର୍ମାନଗଡରେ ଗୁଳି ବିନିମୟ ହୋଇ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଅଭିଯୋଗ ଅନୁସାରେ ଜଣେ ବିଜେପି କର୍ମୀ ତାଙ୍କ କାରରେ ରଖାଯାଇଥିବା ଲାଠିରେ ଏହି ଆକ୍ରମଣ କରିଥିଲେ । ଏନେଇ ପୁଲିସ ଏକ ମାମଲା ମଧ୍ୟ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related Posts