ନିଜ ଦଳର ନେତାଙ୍କ ବିରୋଧରେ ଟଙ୍କା ଲୁଟର ଅଭିଯୋଗ ଆଣିଲେ ଟିଏମସି ବିଧାୟକ ଶ୍ରୀକାନ୍ତ ମହାତା

କୋଲକାତା: ନିଜ ଦଳର ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଟିଏମସି ବିଧାୟକ ଶ୍ରୀକାନ୍ତ ମହାତା । ସାଂସଦ ନୁସରତ ଜହାଁ ଏବଂ ମିମି ଚକ୍ରବର୍ତ୍ତୀ ଟଙ୍କା ଲୁଟୁଥିବା ସେ ଅଭିଯୋଗ ଆଣିଛନ୍ତି । ଏକ ଭିଡିଓରେ ଶ୍ରୀକାନ୍ତ କହିଛନ୍ତି, ମିମି ଚକ୍ରବର୍ତ୍ତୀ, ନୁସରତ ଜହାଁ, ଜୁନେ ମାଲିଆ, ସାୟୋନୀ ଘୋଷ, ସୟାନ୍ତିକା ବାନାର୍ଜୀ ପରି ନେତା କେବଳ ଟଙ୍କା ଲୁଟୁଛନ୍ତି । ତାଙ୍କର ଏହି ଭିଡିଓ ଏବେ ଭାଇରାଲ।

ଟିଏମସି ନେତା ମହାତା କହିଛନ୍ତି, ‘ଆମେ ଆମର ନାଗରିକତା ବଞ୍ଚାଇବା ପାଇଁ ପ୍ରୟାସ କରୁଛୁ । ବୁଦ୍ଧିଜୀବୀ ସମାଜ, କୃଷକ ଆମ ନାଗରିକତାର ସୁରକ୍ଷା ପାଇଁ ଲଢେଇ ଲଢୁଛନ୍ତି । ଯଦି ଆବଶ୍ୟକ ପଡେ ତେବେ ମମତା ବାନାର୍ଜୀଙ୍କ ନିକଟରୁ ଯିବୁ । ପୂର୍ବରୁ ଅଭିଷେକ ବାନାର୍ଜୀଙ୍କୁ ଏ ବାବଦରେ ବୁଝାଇବାକୁ ପ୍ରସାୟ କରିସାରିଛୁ । କିନ୍ତୁ ସେମାନେ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଖରାପ ଲୋକଙ୍କୁ ନିଜର ଭଲ ସହଯୋଗୀ ବୋଲି ଭାବୁଛନ୍ତି । ଏପରି ସ୍ଥିତିରେ ଆମେ କିପରି ରହିପାରିବୁ’।

ଏହାସହ ସେ କହିଛନ୍ତି, ଆଜି ସବୁ ମନ୍ତ୍ରୀଙ୍କୁ ଚୋର ବୋଲି କୁହାଯାଉଛି । କିନ୍ତୁ ଦଳ କେବଳ ସେହି ଚୋରଙ୍କ କଥା ଶୁଣୁଛି।

Related Posts