ରାଜ୍ୟରେ ଆଜି ୪୭୦ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢୁଛି ସଂକ୍ରମଣ । ପୁଣି ଉପର ମୁହାଁ କୋରୋନା ସଂକ୍ରମଣ ହାର । ଲଗାତାର ତୃତୀୟ ଦିନରେ ଆକ୍ରାନ୍ତ ଙ୍କ ସଂଖ୍ୟା ୪୦୦ ପାର କରୁଥିବା ବେଳେ, ଆଜି । ମଧ୍ୟ 400 ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭୦ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୭୬ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୯୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୪୯ ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୨୧, ବାଲେଶ୍ବରରୁ ୯, ଭଦ୍ରକରୁ ୧, କଟକରୁ ୯୪, ଗଜପତିରୁ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୭, ଯାଜପୁରରୁ ୪, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୨,କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୭, ନୟାଗଡରୁ ୪, ନୂଆପଡାରୁ ୫, ପୁରୀରୁ ୧୭, ରାୟଗଡାରୁ ୧, ସମ୍ବଲପୁରରୁ ୯, ସୋନପୁରରୁ ୪, ସୁନ୍ଦରଗଡରୁ ୨୪ ଏବଂ ଷ୍ଟେଟପୋଲରୁ ୫୨ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୪୧୬ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୨୪୮୪ ସକ୍ରିୟ ମାମଲା ରହିଛି । ନୂଆ ୨୧୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

Related Posts