ଅଗ୍ନିପଥର ଲୋକପ୍ରିୟ ନୁହେଁ ବେରୋଜଗାରର କରାଳ ସ୍ଥିତି କହୁଛି ଏତେ ସଂଖ୍ୟକ ଆବେଦନ: ଚିଦାମ୍ବରମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଙ୍ଗଳବାର ବାୟୁସେନା ଦ୍ଵାରା ପ୍ରକାଶ କରାଯାଇଥିଲା ଯେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ବାୟୁସେନା ରେ ନିଯୁକ୍ତି ନିମନ୍ତେ ହୋଇଥିବା ଆବେଦନ ସର୍ବକାଳୀନ ରେକର୍ଡ କରିଛି। ଏଥି ପାଇଁ ସାଢେ଼ ସାତଲକ୍ଷ ଆବେଦନ ଗ୍ରହଣ କରାଯାଇଥିବା ବାୟୁସେନା କହିଥିଲା।


ତେବେ ଏନେଇ ବରିଷ୍ଠ କଂଗ୍ରେସ୍ ନେତା ପି. ଚିଦାମ୍ବରମ ଗୁରୁବାର କହିଛନ୍ତି ଯେ ଏତେ ସଂଖ୍ୟକ ଆବେଦନ ଅଗ୍ନିପଥ ଯୋଜନା ର ଲୋକପ୍ରିୟତା ନୁହେଁ ଦେଶରେ ବେକାର ସମସ୍ୟା ର ସ୍ଥିତି କୁ ଜଣାଉଛି। ବାୟୁସେନା ର ୩୦୦୦ ପଦବୀ ପାଇଁ ୭,୫୦,୦୦୦ ଆବେଦନ ଦେଶରେ ବେକାରୀ ସମସ୍ୟା ର ନଗ୍ନ ଚିତ୍ର ଦର୍ଶାଉଛି ବୋଲି ଚିଦାମ୍ବରମ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ବଢୁଥିବା ବେକାରୀ ସଂଖ୍ୟା ପାଇଁ ଦେଶର ହତାଶ ଯୁବକ ମାନେ କୌଣସି ବି ଚାକିରି କରିବାକୁ ଆଗେଇ ଆସୁଛନ୍ତି।

Related Posts