ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ



ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ସିଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ସେହିପରି ଏହାର ସପ୍ତାହକ ପରେ ଯୁକ୍ତ୨ କଳା ରେଜଲ୍ଟ ପ୍ରକାଶ ପାଇବ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।ଛାତ୍ରୀଛାତ୍ରମାନେ ଅଫିସିଆଲ୍‌ ୱେବ୍‌ସାଇଟ୍‌ orissaresults.nic.in ଏବଂ chseodisha.nic.in କୁ ଯାଇ ରେଜଲ୍ଟ ଦେଖିପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ରାଜ୍ୟର ୧,୧୩୩ଟି ପରୀକ୍ଷା କେନ୍ଦ୍ରରେ ୩ଲକ୍ଷ ୨୧ହଜାର ୫୦୮ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଅନୁପସ୍ଥିତ ରହିଥିବା ନଜରକୁ ଆସିଥିଲା।

Related Posts