ରାଜ୍ୟରେ କରେନା ସଂକ୍ରମଣ କ୍ରମାଗତ ଭାବେ ବଢିଚାଲିଛି

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ପୁଣି ୧୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୨୯୭କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୩ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱଟ୍ ଯୋଗେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫ଜଣ, ବାଲେଶ୍ୱର ଜିଲ୍ଲାରୁ ୭୯ ଜଣ, ବରଗଡ଼ ଜିଲ୍ଲାରୁ ୩୩ ଜଣ, ଭଦ୍ରକ ଜିଲ୍ଲାରୁ ୨୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୧ଜଣ, କଟକ ଜିଲ୍ଲାରୁ ୮୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ, ଗଜପତି ଜିଲ୍ଲାରୁ ୬୧ ଜଣ, ଗଞ୍ଜାମ ଜିଲ୍ଲାରୁ ୩୩୧ଜଣ, ଜଗତସଂହପୁର ଜିଲ୍ଲାରୁ ୨୨ଜଣ, ଯାଜପୁର ଜିଲ୍ଲାରୁ ୧୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୧୧ଜଣ, କେରାପୁଟ ଜିଲ୍ଲାରୁ ୯୭ ଜଣ, ମାଲକାନଗିରି ଜିଲ୍ଲାରୁ ୩୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୬ଜଣ, ନୟାଗଡ଼ ଜିଲ୍ଲାରୁ ୨୨ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀରୁ ୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୩୮ଜଣ, ସମ୍ବଲପୁର ଜିଲ୍ଲାରୁ ୯୩ଜଣ, ସୋନପୁର ଜିଲ୍ଲାରୁ ୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୬ ରହିଛନ୍ତି ।

ଏହା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ରେ ପହଂଚିଛି । ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ଜଣ, ଗଜପିତରୁ ୨ଜଣ, ରାୟଗଡ଼ାରୁ ୩ଜଣ, କଳାହାଣ୍ଡିରୁ ଜଣେ ଏବଂ ଖୋର୍ଦ୍ଧାରୁ ଜଣେ ମୃତ୍ୟୁବରଣ କରିଛନ୍ତି ।

ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬,୨୯୭କୁ ବୃଦ୍ଧି ପାଇଥିବା ବେଳେ ୨୧,୯୫୫ ଜଣ ସୁସ୍ଥ ହୋଇଛନ୍ତି । ୨୦୭ଜଣଙ୍କର ମୃତ୍ୟୁ ଘଟିଛି । ଏଯାବତ୍ ୧୪୦୯୪ ଆକ୍ଟିଭ୍ କେଶ୍ ରହିଛି ।

Related Posts