ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ

ଚଣ୍ଡିଖୋଲ : ଆରମ୍ଭ ହୋଇଯାଉଛି ଶ୍ରାବଣ ମାସ । ତେବେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏନେଇ ଆଜି ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ଲାଗିଛି କାଉଡିଆଙ୍କ ଭିଡ । ପ୍ରସିଦ୍ଧ ଶୈବପୀଠରେ ଭକ୍ତ ଙ୍କ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ ସକାଳୁ ସକାଳୁ ଦେଖିବାକୁ ମିଳିଛି କାଉଡିଆଙ୍କ ଭିଡ ।

ତେବେ ବିଭିନ୍ନ ସ୍ଥାନରୁ କାଉଡିଆମାନେ ପାଣି ଭାର ନେଇ ମନ୍ଦିରରେ ପହଞ୍ଚିଛନ୍ତି । ବୋଲବମ ହରହର ବମ ଧ୍ୱନିରେ କମ୍ପୁଛି ସମଗ୍ର ପରିବେଶ । ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳିଛି । କାଉଡିଆ ମାନେ କେଉଁଭଳି ଶାନ୍ତି ଶୃଙ୍ଖଳାରେ ପ୍ରଭୁଙ୍କ ନିକଟରେ ଜଳାଭିଷେକ କରିବେ । ସେଥିପାଇଁ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ କାଉଡିଆଙ୍କୁ ମନ୍ଦିର ଯିବାକୁ ଅନୁମତି ମିଳିଥିବାରୁ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ସେହିପରି ରାଜଧାନୀ ର ଅନେକ ଶୈବ ପୀଠ ଓ ଲିଙ୍ଗରାଜ ଙ୍କ ମନ୍ଦିରରେ ମଧ୍ଯ ଭିଡ଼ ଦେଖିବାକୁ ମିଳିଛି। ନିଜ ନିଜ ମନସ୍କାମନା ପୂରଣ ପାଇଁ କାଉଡ଼ିଆ ମାନେ ପାଣି ଲାଗି କରୁଛନ୍ତି ।

Related Posts