ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଭକ୍ତ ଓ ଭଗବାନ ଙ୍କ ଆଜି ବଡ଼ ଦାଣ୍ଡରେ ମିଳନ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ ପରେ ତିନି ରଥରେ ବିରାଜମାନ କରିଛନ୍ତି।
ଅନ୍ୟପଟେ, ଆରମ୍ଭ ହୋଇଛି ରଥଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରାପହଁରା। ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରୁଛନ୍ତି ।
