ଆଜି ବିଶ୍ବ ପରିବେଶ ଦିବସ

ପୁରୀ: ଆଜି ବିଶ୍ବ ପରିବେଶ ଦିବସ । ପ୍ରତିବର୍ଷ ଜୁନ 5 ତାରିଖକୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ପରିବେଶ କୁ ସ୍ୱଚ୍ଛ ଆଉ ସୁନ୍ଦର କରିବା ଲୋକମାନଙ୍କୁ ଗଛର ସୁରକ୍ଷା ପାଇଁ ସଚେତନ କରିବା ପାଇଁ ଏହି ଦିବସର ଉଦ୍ଦେଶ୍ୟ । ତେବେ ଏହି ବିଶେଷ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା କରିଛନ୍ତି । ଏହା ମାଧ୍ୟମରେ ପରିବେଶର ସୁରକ୍ଷା ପାଇଁ ସେ ବିଶ୍ବବାସୀଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି ।

ସେହିପରି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷର ବିଷୟବସ୍ତୁ ‘Only One Earth’କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ । ସେ ତାଙ୍କ ବାଲୁକା କଳାରେ ମାଟି ମାତୃକାକୁ ବଞ୍ଚାଇ ରଖିବାର ବାର୍ତ୍ତା ଦେଇଛନ୍ତି । ମାଟିରେ ରାସାୟନିକ ଦ୍ରବ୍ୟ ମିଶାଇବା ଦ୍ବାରା ମାଟି ଦୂଷିତ ହେଇଯାଉଛି । ଯାହା ଦ୍ବାରା ମାଟିର ଉର୍ବରତା ନଷ୍ଟ ହେଉଛି । ମାଟିର ସୁରକ୍ଷା କଲେ ଗଛଲତା ଏବଂ ପୃଥିବୀ ସରସ ଏବଂ ସୁନ୍ଦରତାରେ ଭରପୂର ହୋଇଉଠିବ । ମାଟିର ସୁରକ୍ଷାରେ ଆମ ପରିବେଶ ସବୁଜିମାରେ ପରିପୂର୍ଣ୍ଣ ହୋଇ ଏକ ସୁନ୍ଦର ସୁସ୍ଥ ବାତାବରଣ ସୃଷ୍ଟି ହେବ । ଯାହା ଦ୍ବାରା ଆମେ ସୁସ୍ଥ ରହିବା ସହିତ ପିଢ଼ି ପରେ ପିଢ଼ି ସୁସ୍ଥ ରହିପାରିବେ । ଏହି ବାଲୁକା କଳାଟି 15 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 12 ଟନ୍‌ ବାଲି ଉପଯୋଗ କରାଯାଇଛି । ଏଥିରେ ସେ ‘World Environment Day’ ଏବଂ ‘Save Soil’ ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ 7ଘଣ୍ଟା ସମୟ ଲାଗିଥିଲା ।

Related Posts