ପରିବେଶ ଦିବସରେ ନବୀନଙ୍କ ଗଛ ଲଗେଇବା ପୋଷ୍ଟ ଫେସବୁକ୍ ଓ ଟୁଇଟରରେ ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଗତକାଲି ଥିଲା ବିଶ୍ୱ ପରିବେଶ ଦିବସ। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଛ ଲଗାଉଥିବାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଥିଲେ। ଏହି ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି । ଫେସବୁକ ଓ ଟ୍ବିଟରରେ ପୋଷ୍ଟ୍ କରିଥିବା ଏହି ଫଟୋର କ୍ୟାପସନ୍ ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, “ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରିୟସୀ ।” ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ” ଗଛ ଲଗାଇବା ମୋ ପାଇଁ ଏକ ଉତ୍ସାହଜନକ ଅନୁଭୂତି । ଗଛଟି ବଡ ହେଲେ ଏଥିରେ ଚଢେଇ ବସା କରିବେ, ଗୀତ ଗାଇବେ, ମହୁମାଛିମାନେ ଆସି ଏହି ଫୁଲରେ ବସିବେ। ଗଛର ଫୁଲଫଳ ସାଙ୍ଗକୁ ଛାଇକୁ ସଭିଏଁ ଉପଭୋଗ କରିବେ। ପ୍ରକୃତର ସହିତ ନିବିଡ ଭାବେ ସମ୍ପର୍କ ରଖି ରହିବା ହେଉଛି ସେମାନଙ୍କର ମହାନ୍ ଆର୍ଶୀବାଦ ।”

Related Posts