ଟୋକିଓ ପାରାଲିମ୍ପିକ୍ସ : ଟେବୁଲ୍‌ ଟେନିସ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଏଣ୍ଟ୍ରି କଲେ ଭାରତର ଭାବିନା ପଟେଲ୍‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ପାରା ଅଲମ୍ପିକରେ ଭାରତର ଚମତ୍କାର ପ୍ରଦର୍ଶନ। ଶନିବାର ଚାଲିଥିବା ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାର ‘ଉଇମିନ୍‌ସ୍‌ ସିଙ୍ଗଲ୍‌ସ୍‌ କ୍ଲାସ୍‌-ଫୋର୍‌’ରେ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍‌ର ଚାଙ୍ଗ୍‌ ମିଆଓଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ଭାବେ ଭାବିନା ପଟେଲ୍‌ ଇତିହାସ ସୃଷ୍ଟି କରିବା ସହ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହା ସହ ସ୍ବର୍ଣ୍ଣ ପଦକ ଜିତିବାର ଆଶା ବୃଦ୍ଧି ପାଇଛି। ଶନିବାର ଦିନ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ବିଶ୍ୱ ନମ୍ବର ୩ ମିଆଓକୁ ୩-୨ରେ ପରାସ୍ତ କରି ଭାବିନା ପଟେଲ୍‌ ପଦକ ପକ୍କା କରିଛନ୍ତି।  ପ୍ରଥମ ଖେଳରେ ୭-୧୧ ରେ ହରାଇବା ପରେ ଗୁଜୁରାଟର ଅହମ୍ମଦାବାଦର ୩୪ ବର୍ଷୀୟ ଭାବନା ରିଓ ପାରାଲିମ୍ପିକ୍ ଗେମ୍ସ ରୌପ୍ୟ ପଦକ ବିଜେତା ମିଆଓଙ୍କୁ ୭-୧୧, ୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରିଛନ୍ତି। ପ୍ରଥମ ଥର ପାଇଁ ପାରାଲିମ୍ପିଆନରେ ଯୋଗ ଦେଇଥିବା ଭବିନା ଏହି ବିଜୟ ସହିତ ଭାରତ ପାଇଁ ଅତି କମରେ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି।  ରବିବାର ଫାଇନାଲରେ ଭବୀନା ଗ୍ରୁପ୍ ପର୍ଯ୍ୟାୟରେ ଟୋକିଓ ପାରାଲିମ୍ପିକ୍ସରେ ପ୍ରଥମ ମ୍ୟାଚ୍ ରେ ସ୍ବର୍ଣ୍ଣପଦକ ପାଇଁ ଚୀନ୍‌ର ୟିଙ୍ଗ୍‌ ଜୋଉଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳିଙ୍କ ପାଇଁ ଏହା ଏକ ବହୁତ ବଡ କମବ୍ୟାକ୍ । ପୂର୍ବରୁ ସେମି-ଫାଇନାଲ୍‌ ଖେଳରେ ୩୪ ବର୍ଷୀୟ ଭାବିନା ବିଶ୍ବର ୫ ନମ୍ବର କ୍ରୀଡ଼ିକା ସର୍ବିଆର ବୋରିସଲାଭା ପେରିକ୍‌ ରାଙ୍କୋଭିଙ୍କୁ ୧୧-୫, ୧୧-୬, ୧୧-୭ରେ ସିଧାସଳଖ ପରାସ୍ତ କରିଥିଲେ।

୧୬ଶ ପର୍ଯ୍ୟାୟରେ ଭାବିନା ବ୍ରାଜିଲ୍‌ର ଜୟସ୍‌ ଡି ଅଲିଭେରିଆଙ୍କୁ ୧୨-୧୦, ୧୩-୧୧, ୧୧-୬ରେ ପରାସ୍ତ କରି ପାରାଲିମ୍ପିକ୍ସ୍‌ରେ ପ୍ରଥମ ଭାରତୀୟ ଟେବୁଲ୍‌ ଟେନିସ୍‌ ଖେଳାଳି କ୍ବାର୍ଟର୍ସରେ ଉପନୀତା ହୋଇଥିଲେ। ସେମିଫାଇନାଲ୍‌ ମ୍ୟାଚ୍‌ରେ ବିଜୟୀ ହେବା ପରେ  ସେ କହିଛନ୍ତି ଯେ, ଭାରତବାସୀଙ୍କ ଉତ୍ସାହ ପାଇଁ ମୁଁ ଫାଇନାଲ୍‌ ମ୍ୟାଚ୍‌ ଜିଣିପାରେ। 

Related Posts