ଆଜି ଠାରୁ ଆରମ୍ଭ ହେଲା ଟୋକିଓ ପାରା-ଅଲିମ୍ପିକ; ନଅଟି ଇଭେଣ୍ଟରେ ଭାଗନେବେ ୫୪ ଭାରତୀୟ ଖେଳାଳି

ollympic

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରା-ଅଲିମ୍ପିକ । ତେବେ ଜାପାନର ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ଖେଳରେ ଭାରତ ପକ୍ଷରୁ ୫୪ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହି ଭାରତୀୟ ଖେଳାଳି ୯ଟି ଇଭେଣ୍ଟରେ ସେମାନଙ୍କର ଚ୍ୟାଲେଞ୍ଜ ଉପସ୍ଥାପନ କରିବେ । ଏମାନଙ୍କ ମଧ୍ୟରେ ୪୦ଜଣ ପୁରୁଷ ଥିବା ବେଳେ ୧୪ଜଣ ମହିଳା କ୍ରୀଡାବିତ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟରେ କିଛି ଖେଳାଳି ଟୋକିଓରେ ପହଁଞ୍ଚି ସାରିଥିବା ବେଳେ ଶେଷ ପର‌୍ୟ୍ୟାୟରେ ବାକି ଖେଳାଳି ଆଜି ଟୋକିଓରେ ପହଁଞ୍ଚିବେ ବୋଲି ଜଣାପଡିଛି । ଅପରିପକ୍ଷେ ଆଜି ଅପରାହ୍ନ ୪ଟାରେ ଏହାର ଉଦଘାଟନଦୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉଦଘାଟନୀ ସମାରୋହରେ ଭାରତ ନିଜର ପାଞ୍ଚ ଜଣ ଖେଳାଳିଙ୍କୁ ପଠାଇଥିବାର ସୂଚନା ମିଳିଛି । ତେବେ ଦୁଇ ଜଣ ଟେବୁଲ୍ ଟେନିସ୍ ଖେଳାଳି ସୋନାଲବେନ ପଟେଲ ଏବଂ ଭବୀନା ପଟେଲଙ୍କର ବୁଧବାର ପ୍ରତିଯୋଗିତା ଥିବାରୁ ସେମାନେ ଉଦଘାଟନୀ ସମାରୋହରେ ଭାଗ ନେଇନାହାଁନ୍ତି ।

ଅପରିପକ୍ଷେ ଚଳିତଥର ପାରାଲିମ୍ପିକ୍ସରେ କ୍ଲବ ଥ୍ରୋ ବିଭାଗରେ ଧରମବୀର ନୈନ, ଡିସକସ ଥ୍ରୋରେ ବିନୋଦ କୁମାର, ଲଙ୍ଗଜମ୍ପରେ ରାମପାଲ, ହାଇଜମ୍ପରେ ମାରୟାପାନ୍ନ ଥାଙ୍ଗାଭାଲୁ ଅଂଶଗ୍ରହଣ କରିଥିବା ବେଳେ ବ୍ୟାଡମିଣ୍ଟନରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ, ଭାରତ୍ତୋଳନରେ ଜୟଦୀପ ଦେସଓ୍ବାଲ ଏବଂ ବନ୍ଧୁକ ଚାଳନାରେ ମନୀଷ ନରଓ୍ବାଲଙ୍କ ଭଳି ପ୍ରମୁଖ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହା ସହ ଏମାନଙ୍କର ପ୍ରଦର୍ଶନ ଉପରେ ସାରା ଦେଶର ନଜର ରହିଛି । ଅନ୍ୟପଟେ ଏହି ପ୍ରତିଯୋଗିତାରେ ୧୬୩ ଦେଶର ୪୫୦୦ରୁ ଅଧିକ ଖେଳାଳି ଭାଗନେଉଥିବାର ସୂଚନା ମିଳିଛି । ଖେଳାଳିମାନେ ୨୨ କ୍ରୀଡ଼ାର ୫୪୦ ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବେ। ଚଳିତ ବର୍ଷ ଭାରତ ମଧ୍ୟ ଗତ ସଂସ୍କରଣଠୁ ଅଧିକ ପଦକ ଏବଂ ପ୍ରଥମ ଥର ଏହି ସଂଖ୍ୟା ଦୁଇ ଅଙ୍କରେ ପହାଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏହା ସହ ୨୦୧୬ ରିଓ ସ୍ବର୍ଣ୍ଣ ବିଜେତା ତାରକା ଜାଭଲିନ୍ ଫିଙ୍ଗାଳି ଦେବେନ୍ଦ୍ର ଝାଝାରିଆ ଏବଂ ଉଚ୍ଚ ଡିଆଁ ତାରକା ମାରିୟାପ୍ପାନ ଥାଙ୍ଗାଭେଲୁଙ୍କ ନେତୃତ୍ବରେ ୫ ସ୍ବର୍ଣ୍ଣ ସହ ୧୫ ପଦକ ଜିତିବାର ଆଶା ରଖିଛି ଭାରତ। ତେବେ ଏହି ପ୍ରତିଯୋଗିତାର ଉଦଯାପନ ସମାରୋହ ସେପ୍ଟେମ୍ବର ୫ରେ ହେବ ବୋଲି ସୂଚନା ମିଳିଛି ।

Related Posts