କାଳିଆ ଦର୍ଶନ ପାଇଁ ଯିବା ବେଳେ ଡିଭାଇଡ଼ରରେ ପିଟିହେଲା କାର, ଜଣେ ମୃତ, 3 ଗୁରୁତର

ବୌଦ୍ଧ : ଆଜି ସମଗ୍ର ଓଡ଼ିଶା ପାଳୁଛି ନୂଆବର୍ଷ । ଚାରିଆଡେ ଉତ୍ସବ ର ମହୋଲ । କିନ୍ତୁ ଛତିଶଗଡ ରାଇପୁରରୁ ଆସିଛି ଏକ ଦୁଃଖଦ ଖବର । ପୁରୀ ଯାଉଥିବା ବେଳେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଡିଭାଇଡ଼ର ପିଟିହେଲା କାର । ଘଟଣାସ୍ଥଳରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି । ମୃତକ ହେଲେ ରାୟପୁର ର ଦୀପକ ଭାଡେର ।

ଖବର ଅନୁଯାୟୀ, ଛତିଶଗଡ଼ ରାଇପୁର ନିବାସୀ ଦୀପକ ଭାଡେର ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ରାୟପୁରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିଲେ । ପୁରୀ ଯାଉଥିବା ସମୟରେ ସେମାନେ ଯାଉଥିବା କାରଟି ବୌଦ୍ଧ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଡିଭାଇଡରେ ପିଟି ହୋଇଥିଲା ।

ଏହା ପରେ ରାସ୍ତା କଡ଼ରେ ଥିବା ଏକ ବଡ ଗଛରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୀପକ ଭାଡେରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ଦୁଇ ଝିଅ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ଗୁରୁତର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।

Related Posts