
ବେଙ୍ଗାଲୁରୁ: ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କର୍ଣ୍ଣାଟକର ଧରୱାଡରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଏକ ଦ୍ରୁତଗାମୀ କ୍ରୁଜର | ଫଳରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି | ଏବଂ ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଧରୱାଡ ତାଲୁକ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି ।
ଯାହା ସୂଚନା ରହିଛି, ଗାଡିରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସେମାନେ ଏକ ନିର୍ବନ୍ଧ ସମାରୋହରେ ଯୋଗ ଦେଇ ଫେରୁଥିଲେ । ଏହି ସମୟରେ ବାଟରେ ତାଙ୍କ ଗାଡିଟି ରାସ୍ତାକଡ ଏକ ଗଛରେ ପିଟି ହୋଇଯାଇଥିଲା ।
ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇ ଜଣ ନାବାଳକ ରହିଛନ୍ତି । ଏଥିରେ ଗୁରୁତର ଆହତମାନଙ୍କୁ KIMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଧରୱାଡ ଏସପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।
ଧରୱାଡ ଗ୍ରାମାଞ୍ଚଳ ଥାନା ଠାରୁ କିଛି ଦୂରରେ ଦୁର୍ଘଟଣା ଘଟିଛି । ଗାଡିର ବେଗ ଖୁବ୍ ଅଧିକ ଥିବା ଯୋଗୁଁ ଗଛରେ ପିଟି ହେବାପରେ ୭ ଜଣଙ୍କ ଜୀବନ ଚାଲି ଯାଇଛି ।