
କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତାଦେଖା | ରାଜ୍ୟର 58ଟି କେନ୍ଦ୍ରରେ ଖାତାଦେଖା ହେବ । ଖାତା ମୂଲ୍ୟାୟନ ପାଇଁ 481 ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଛନ୍ତି । ସେହିପରି 900 ଜଣ ଡେପୁଟି ପରୀକ୍ଷକ, 8,919 ଜଣ ସହକାରୀ ପରୀକ୍ଷକ ଏବଂ 930 ସ୍କୁଟିନାଇଜରଙ୍କୁ ନିଯୁକ୍ତି ଦିଆଯାଇଛି ।
ଦିନ 10 ରୁ 12ଟା ପର୍ଯ୍ୟନ୍ତ ଖାତାଦେଖା ଜାରି ରହିବ । ଖାତାଦେଖା ପରେ ଅନଲାଇନରେ ମାର୍କ ଅପଲୋଡିଂ ହେବ । ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।ପରୀକ୍ଷକମାନେ 20 ତାରିଖରୁ ଖାତାଦେଖା କେନ୍ଦ୍ରରେ ପହଞ୍ଚି ସାରିଛନ୍ତି ।
ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ସରିଛି। ଏ ବର୍ଷ ମୋଟ 585730 ପରୀକ୍ଷାର୍ଥୀ ରାଜ୍ୟର 3540 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। 315ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ସାଇତି ରଖାଯାଇଥିଲା। ଏହା ମଧ୍ୟରେ 21ଟି ଥାନାକୁ ନୋଡାଲ ସେଣ୍ଟର କରାଯାଇଥିଲା। ପରୀକ୍ଷା ପରିଚାଳନାରେ ରାଜ୍ୟର 35 ହଜାରରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଥିଲା।