ଢେଙ୍କାନାଳ ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଟ୍ରେଲର-ବସ୍ ଧକ୍କା: ୧୦ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ : ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଦୁର୍ଘଟଣା । ଟ୍ରେଲର-ବସ୍ ମଧ୍ୟରେ ଧକ୍କା ହୋଇଛି । ‘ଜଗନ୍ନାଥ’ ନାମକ ବସ୍‌କୁ ଧକ୍କା ଦେଲା ଟ୍ରେଲର । ବସ୍‌ରେ ଥିବା ପ୍ରାୟ ୬୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଳଚେରରୁ ଭୁବନେଶ୍ବର ଯାଉଥିବା ବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ତାଳଚେର ଭୁବନେଶ୍ବର ଆସୁଥିବା ‘ଜଗନ୍ନାଥ’ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଏହି ବସ୍‌କୁ ଏକ ଟ୍ରେଲର ଧକ୍କା ଦେଇଛି । କଟକ ପଟୁ ଆସୁଥିବା ଏକ ଟ୍ରେଲର ସହ ବସ୍ ମୁହାଁମୁହିଁ ଧକ୍କା ହେବା ପରେ ବସ୍‌ଟି ରାସ୍ତା ପାର୍ଶ୍ଵର ଏକ ଖାଲରେ ପସିଯାଇଥିବା ଜଣାପଡିଛି । ତେବେ ବସ୍ରେ ୬୦ରୁ ଅଧିକ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ଆହତମାନଙ୍କୁ ବସ୍‌ରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଯାତ୍ରୀମାନେ କଟକ ଭୁବନେଶ୍ବର ଓ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି ।

Related Posts