ଥରିଲା ଛତିଶଗଡ: ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

ରାୟପୁର : ଥରିଲା ଛତିଶଗଡ । ଲାଗିଲା ଭୂକମ୍ପ ଝଟକା। ରାତି ପ୍ରାୟ ୧୨ଟା ୫୬ ମିନିଟ୍‌ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୧୬ କିଲୋମିଟର ରହିଥିଲା। ସେହିପରି ଏହାର ଅକ୍ଷାଂଶ ୨୩.୩୧ ହୋଇଥିବାବେଳେ ଦ୍ରାଘିମା ୮୨.୫୩ ରହିଛି ।

ତେବେ ଭୂକମ୍ପ ଫଳରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

Related Posts