ଏପ୍ରିଲ ୨୮ରୁ ଅଫଲାଇନ୍‌ ରେ ଦ୍ୱାଦଶ ବୋର୍ଡ ପରୀକ୍ଷା: ସକାଳ ୯ଟାରୁ ଗୋଟିଏ ସିଟିଂ ହେବ ପରୀକ୍ଷା

ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ, ଏବେ ପୂର୍ବ ପରି ଅଫଲାଇନ୍‌ ମୋଡରେ ପରୀକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର | ଏନେଇ ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହେବ ଅଫଲାଇନ୍‌ ମୋଡରେ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା । ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଷୟରେ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ।

ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି ।

ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି । ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ । ନଚେତ ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାର୍ଟର ଏଣ୍ଡରେ ୨୦% ଅନୁଯାୟୀ ମାର୍କି ହେବ। ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ରହିବ, ସେଇଟି ଚୂଡ଼ାନ୍ତ ହେବ | ନିଜ ଶିକ୍ଷକଙ୍କ ଦ୍ବାରା ସମସ୍ତ ପ୍ରାଟିକାଲ ପରୀକ୍ଷା କରାଯିବ ।

Related Posts