କିଛି ଭଲ ସ୍ଥାନ ନମିଳିଲେ ଶତୃଘ୍ନ ସିହ୍ନା ଅନ୍ୟଦଳକୁ ଚାଲିଯିବେ: ବିଜେପି ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଭିନେତା ତଥା ରାଜନେତା ଶତୃଘ୍ନ ସିହ୍ନା କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଗୋଟିଏ ପ୍ରକାର ଶତୃଘ୍ନ ସିହ୍ନାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ସେ ଟିଏମସିରେ ମିଶିଛନ୍ତି । ଫଳରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗର ଗୋଟିଏ ବିଧାନସଭା ଏବଂ ଲୋକସଭା ଆସନ ଏବଂ ମହାରାଷ୍ଟ୍ର, ଛତିଶଗଡ ଏବଂ ବିହାରରେ ଗୋଟିଏ ବିଧାନସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛି। ସେପଟେ ସମସ୍ତ ଆସନରେ ଏପ୍ରିଲ୍ ୧୨ ରେ ଭୋଟିଂ ଅନୁଷ୍ଠିତ ହେବ । ଏଥି ସହିତ ୧୬ ରେ ନିର୍ବାଚନ ଫଳାଫଳ ଆସିବ । ଏଥି ସହିତ ପଶ୍ଚିମବଙ୍ଗର ଆସାନସୋଲ ଏବଂ ବାଲିଗୁଞ୍ଜ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏହି ଦୁଇଟି ଆସନରେ ସିଏମ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ନିଷ୍ପତ୍ତି ପରେ ପଶ୍ଚିମବଙ୍ଗ ରାଜନୀତି ଆହୁରି ଜୋର ଧରିଛି ।

ଯେଉଁଠାରେ ଗୋଟିଏ ପଟେ ଲୋକମାନେ ଶତୃଘ୍ନ ସିହ୍ନାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାବେଳେ କେତେକ ମମତା ବାନାର୍ଜୀ ତାଙ୍କୁ ଦଳରେ ମିଶାଇବାର ନିଷ୍ପତ୍ତ ଭୁଲ ବୋଲି କହୁଛନ୍ତି । ଅନ୍ୟପଟେ ଶତୃଘ୍ନ ସିହ୍ନାଙ୍କୁ ନେଇ ପଶ୍ଚିମବଙ୍ଗର ବିଜେପି ବିଧାୟକ ଅଗ୍ନିମିତ୍ରା ପାଲ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଶତୃଘ୍ନ ସିହ୍ନା ବଲିଉଡରେ ହିଁ ଭଲ ଲାଗନ୍ତି । ତାଙ୍କର ଅତୀତର ରେକର୍ଡ କ’ଣ ? ଏହା ପୂର୍ବରୁ ସେ କଂଗ୍ରେସରେ ଥିଲେ ଏବଂ ପରେ ସେ ବିଜେପିକୁ ଆସିଥିଲେ ଏବଂ ବର୍ତ୍ତମାନ ସେ ଟିଏମସିରେ ଅଛନ୍ତି। ଯଦି ୧-୨ ବର୍ଷ ମଧ୍ୟରେ ତାଙ୍କୁ ଦଳରେ କିଛି ଭଲ ସ୍ଥାନ ନମିଳିଲା ତାହାଲେ ସେ ଅନ୍ୟଦଳକୁ ଚାଲିଯାଆନ୍ତି । ତେଣୁ ଆସାନସୋଲର ଲୋକମାନେ ଶତୃଘ୍ନ ସିହ୍ନାଙ୍କୁ ବିଶ୍ୱାସ କରିପାରିବେ ନାହିଁ ବୋଲି ପଶ୍ଚିମବଙ୍ଗର ବିଜେପି ବିଧାୟକ ଅଗ୍ନିମିତ୍ରା ପାଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts