କଟକ ବାରବାଟୀ ଷ୍ଟାଡିୟମରେ ଟି-୨୦ ମ୍ୟାଚ୍

ଭୁବନେଶ୍ୱର; କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ୍ । ଆସନ୍ତା ଜୂୁନ୍ ୧୨ ତାରିଖରେ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଏହି ଷ୍ଟାଡ଼ିୟମରେ ଖେଳାଯିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ବେହେରା । ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ୯ ତାରିଖରେ ଦିଲ୍ଲୀ, ୧୨ ତାରିଖରେ କଟକ, ୧୪ ତାରିଖରେ ବିଶାଖାପାଟଣା, ୧୭ ତାରିଖରେ ରାଜକୋଟ, ୧୯ ତାରିଖରେ ବାଙ୍ଗାଲୋରରେ ମ୍ୟାଚ୍‌ ଖେଳାଯିବାକୁ ସୂଚୀ ପୁନଃନିର୍ଧାରିତ ହୋଇଛି। ତେବେ ଚେନ୍ନାଇ ମ୍ୟାଚ୍‌ ଆୟୋଜନ ପାଇଁ ମନା କରିବାରୁ ପଞ୍ଚମ ମ୍ୟାଚ୍‌ ବେଙ୍ଗାଲୁରୁକୁ ଦିଆଯାଇଥିବା ଜଣାପଡ଼ିଛି।

ପୂର୍ବରୁ ବାରବାଟୀରେ ଭାରତ ଓ େଵଷ୍ଟ ଇଣ୍ତିଜ ମଧ୍ୟରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଆୟୋଜନ ହେବାର ଥିଲା । କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ କୋଲକାତାରେ ଖେଳାଯାଇଥିଲା । ଯେଉଁ କ୍ରିକେଟ ସ˚ଘମାନେ ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନରୁ ବଞ୍ଚିତ ହୋଇଥିଲେ ସେମାନଙ୍କୁ ପରବର୍ତ୍ତୀ ଶୃଙ୍ଖଳାର ମ୍ୟାଚ୍‌ଗୁଡ଼ିକୁ ବାଣ୍ଟି ଦିଆଯାଉଛି । ତେବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏକୁ କୁହାଯାଇଥିଲେ ବି ଏହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଯେକୌଣସି ଏକ ମ୍ୟାଚ୍‌ ମିଳିବ ବୋଲି ଅନୁମାନ କରାଯାଉଥିଲା । ଶୁକ୍ରବାର ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଉପରେ ଆଲୋଚନା ପାଇଁ ବିସିସିଆଇର ଏକ ବୈଠକ ବସିଥିଲା ବେଳେ ପରିବର୍ତ୍ତିତ ଖେଳସୂଚୀ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି ।

ପୂର୍ବରୁ ବାରବାଟୀରେ ଦୁଇଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ୨୦୧୫, ଅକ୍ଟୋବର ୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ୨୦୧୭ ଡିସେମ୍ବର ୨୦ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳିଥିଲା । ବିବାଦ ଭରା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଦଳ ୬ ଵିକେଟ୍‌ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ଥର ଭାରତ ପକ୍ଷରେ ଫଳାଫଳ ୯୩ ରନ୍‌ ଆସିଥିଲା । ଏବେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଥର ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ କଟକ ଆସିବ। ବାରବାଟୀକୁ ଟ୍ବେଣ୍ଟି-୨୦ ମ୍ୟାଚ୍‌ ମିଳୁଥିବାରୁ ଏନେଇ ଓସିଏ ସମ୍ପାଦକ ସ˚ଜୟ ବେହେରା ମଧ୍ୟ ଉତ୍ସାହିତ ଅଛନ୍ତି । ଏହି ମ୍ୟାଚ୍‌ ପାଇଁ ଦୀର୍ଘ ଦିନରୁ ଦାବି ରହିଆସିଥିଲା। ଶେଷରେ ଓସିଏର ଆଶା ପୂରଣ ହୋଇଛି ବୋଲି ସ˚ଜୟ କହିଛନ୍ତି ।

ମ୍ୟାଚ୍‌ ପାଇଁ ନୂଆ ପଡ଼ିଆ, ପିଚ୍‌ ପ୍ରସ୍ତୁତ ରହିଛି । ନୂଆ ଏଲ୍‌ଇଡି ଫ୍ଲଡ୍‌ ଲାଇଟ୍‌ ଲଗାଯାଇଛି । ୬ ଓ ୭ ନମ୍ବର ଗ୍ୟାଲେରିର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଖେଳାଳି ଡ୍ରେସି˚ ରୁମ୍‌କୁ ନୂଆ ରୂପ ଦିଆଯାଉଛି ।

Related Posts