
ମୟୁରଭଞ୍ଜ : ମୟୁରଭଞ୍ଜରେ ଗୋରୁ ଗାଡ଼ିକୁ ଚାନ୍ଦା ଆଦାୟ ଘଟଣାରେ ଆକ୍ସନ । ଏହି ଘଟଣାରେ ଦୁଇ ଜଣ ଏଏସଆଇ (ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର) ଙ୍କ ସମେତ ଜଣେ କନେଷ୍ଟବଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।
ଏହି ତିନି ଜଣ ପୋଲିସ କର୍ମଚାରୀ ଝାରପୋଖରିଆ ଥାନାରେ କାର୍ଯ୍ୟରତ ଥିଲେ। ସମ୍ପୃକ୍ତ ତିନି ପୋଲସି କର୍ମଚାରୀଙ୍କ ବିରୋଧରେ ମୟୁରଭଞ୍ଜ ଆରକ୍ଷି ଅଧିକ୍ଷକ ଋଷିକେଶ ଡି.ଖିଲାଡ଼ି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।
ନିଲମ୍ବିତ ହୋଇଥିବା ପୋଲିସ ଦୁଇ ଜଣ ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଚନ୍ଦନ ସିଂ ହୋଇଥିବା ବେଳେ କନେଷ୍ଟବଲ ଦୀପକ ସାମଲ ମଧ୍ୟ ଏଥିରେ ସାମିଲ ଥିବା ଜଣା ଯାଇଛି। ଗୋରୁ ବ୍ୟବସାୟୀଙ୍କୁ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଚାନ୍ଦା ମାଗିବାର ଅଡ଼ିଓ ଭାଇରାଲ ହେବାପରେ ମୟୁରଭଞ୍ଜ ଜିଲ୍ଲାର ଆରକ୍ଷି ଅଧିକ୍ଷକ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସ୍ପଷ୍ଟ ହୋଇଛି ।