କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି, ଜଣେ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଗୁଳିମାଡ । ଗତ କିଛିଦିନ ତଳେ ମହାକାଳପଡ଼ା ଥାନା ଅଧିନରେ ଦୁର୍ବୃତ୍ତମାନେ ଗୁଳି ଚଳାଇ ଫେରାର ଥିବାବେଳେ ଆଜି (ବୁଧବାର) ସନ୍ଧ୍ୟାରେ ପୁଣି ଗୁଳିମାଡ ଖବର ସାମ୍ନାକୁ ଆସିଛି । ଏହି ଗୁଳି ମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଗୁଳିମାଡ ହୋଇଥିବା ଅସ୍ପଷ୍ଟ ରହିଛି । ପୋଲିସ ଘଟଣସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ନିକିରାଇ ଥାନା ଅଧିନ ସଦାନନ୍ଦପୁର (ପୋଟଳଡିହ)ର ଅଜୟ ପତିଙ୍କୁ ଦୁଇ ଦୁର୍ବୃତ୍ତ ବାଇକରେ ଆସି ମୁଣ୍ଡକୁ ଗୁଳି ଚଳାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଅଜୟ କୌଶଳକ୍ରମେ ଦୁର୍ବୃତ୍ତଙ୍କ ହାତରୁ ବନ୍ଧୁକ ଛଡାଇ ଆଣିବା ସମୟରେ ଗୁଳି ଫୁଟି ତାଙ୍କ ଡ଼ାହାଣ ହାତରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ନିକିରାଇ ପୋଲିସ ଘଟମାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts