ବିଜେପିରେ ମିଶିଲେ ଦୁଇ ବରିଷ୍ଟ ଡ଼ାକ୍ତର ପ୍ରଶାନ୍ତ ମିଶ୍ର ଓ ପ୍ରତାପ ପାଣି

ଭୁବନେଶ୍ୱର,୪/୪(ସତ୍ୟପାଠ ବ୍ୟୁରୋ): ବିଜେପିରେ ସାମିଲ ହେଲେ ଦୁଇ ବରିଷ୍ଠ ଡାକ୍ତର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଓ ଡାକ୍ତର ପ୍ରତାପ ପାଣି । ପ୍ରଶାନ୍ତ ମିଶ୍ର ଏମ୍ସରେ ନିଜର କାର୍ଯ୍ୟକାଳ ସମୟରେ ଲୋକଙ୍କୁ ସେବା ଯୋଗାଇଛନ୍ତି ।

ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ କାମ କରିଥିବା କହିଛନ୍ତି ଡାକ୍ତର ପ୍ରଶାନ୍ତ ମିଶ୍ର । ସେହିପରି ଡାକ୍ତର ପ୍ରତାପ ପାଣି ପୂର୍ବରୁ ବିଜେଡିରେ ଥିଲେ । ଏବେ ପଦ୍ମ ଧରିଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ସହ ସେବା ରାଜନୀତି ପାଇଁ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଡାକ୍ତର ପ୍ରତାପ ପାଣି ।

Related Posts