ଗୋଟିଏ ରାଜ୍ୟସଭା ଆସନ ହେଲେ ଦୁଇଟି ପୂର୍ବତନ ବିଜେପି ମୁହଁ; ମୁକୁଲ ଏବଂ ଯଶବନ୍ତଙ୍କୁ ବାଇପୋଲ ପାଇଁ ଟିଏମସିର ବାଛିବା ସମ୍ଭାବନା

tmc

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟସଭା ବାଇଇଲ୍କେସନକୁ ନେଇ ସମସ୍ତଙ୍କର ଦୃଷ୍ଟି ତୃଣମୂଳ କଂଗ୍ରେସ ଉପରେ ରହିଛି । ରାଜ୍ୟସଭାରେ ଛିଣ୍ଡାଯାଇଥିବା ବିବୃତ୍ତି, ନିଲମ୍ବିତ ସାଂସଦ ତଥା ଗୃହର ନିରନ୍ତର ବ୍ୟାଘାତ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହରେ ରାଜ୍ୟସଭାରେ ବିରୋଧୀ ସ୍ଥାନରେ ତୃଣମୂଳ କଂଗ୍ରେସକୁ ଆଗରେ ରଖିଥିଲା । ଅପରିପକ୍ଷରେ ପଶ୍ଚିମବଙ୍ଗ ତୃତୀୟଥର ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଜିତିଥିଲା । ଅନ୍ୟପଟେ ବର୍ତ୍ତମାନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀନେଶ ତ୍ରିବେଦୀଙ୍କ ଦ୍ୱାରା ରାଜ୍ୟସଭା ବର୍ଥ ଖାଲି ହେବ । ଯିଏକି ବର୍ତ୍ତମାନ ବିଜେପି ସହିତ ଅଛନ୍ତି ।

ଅଗଷ୍ଟ ୯ରେ ଏହି ଆସନ ନିର୍ବାଚନ ହେବାକୁ ଯାଉଛି । କିନ୍ତୁ ଦଳର ମୁଖ୍ୟ ମମତା ବାନାର୍ଜୀ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ଏପରି ପରିପ୍ରେକ୍ଷୀରେ ଦଳ ଏକ ବଡ ନିଷ୍ପତ୍ତି ନେଇଛି । ତେବେ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ସଂସଦୀୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି । ଏହି ସମୟରେ ତୃଣମୂଳ ସର୍କଲରେ ରାଜ୍ୟସଭା ଆସନକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗଭି ରହିଛି । ଏପରିସ୍ଥିତିରେ ଦୁଇ ଜଣଙ୍କର ନାମ ସମ୍ନାକୁ ଆସୁଛି । ପ୍ରଥମରେ ହେଲା ବିଜେପିରେ ଚାରି ବର୍ଷ କାର୍ଯ୍ୟ କରିବା ପରେ ବିଧାନସଭା ନିର୍ବାଚନ ପରେ ଫେରିଥିବା ପୂର୍ବତନ ତୃଣମୂଳ କଂଗ୍ରେସର ମୁକୁଲ ରୟ ଥିବାବେଳେ ଦ୍ୱିତୀୟରେ ରାଜ୍ୟ ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା । ଦଳର ନେତାମାନେ ଏପରି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

ଅନ୍ୟପଟେ ୨୬ ଜୁଲାଇରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଧାନୀ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀରେ କେବଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ନୁହେଁ ବରଂ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି ସହ ଆଲୋଚନା କରିବାର ସୂଚନା ମିଳିଛି । ଅପରିପକ୍ଷରେ ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ଦୀନେଶ ତ୍ରିବେଦୀ ୧୨ ଫେବୃଆରୀରେ ତୃଣମୂଳ କଂଗ୍ରେସ ଏବଂ ତାଙ୍କ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିଲେ । ଏବଂ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଯାଇଥିଲେ ।

ତାଙ୍କର କାର୍ଯ୍ୟକାଳ ୨ ଏପ୍ରିଲ ୨୦୨୬ରେ ଶେଷ ହେବ । ତେବେ ନିୟମ ଅନୁଯାୟୀ ଏକ ଖାଲି ରାଜ୍ୟସଭା ଆସନ ପାଇଁ ୬ ମାସ ମଧ୍ୟରେ ପୁଣି ନିର୍ବାଚନ କରିବା ଆବଶ୍ୟକ । ଅନ୍ୟପଟେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୨୯ ଜୁଲାଇ । ଏନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ନେତା ଡେରେକ ଓ’ବ୍ରାଇନ କହିଛନ୍ତି ଜୁଲାଇ ୨୯ ପର୍ଯ୍ୟନ୍ତ କିଛି ସମୟ ବାକି ଅଛି । ଦଳ ଉପଯୁକ୍ତ ସମୟରେ ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ।

Related Posts