ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ: ରୌପ୍ୟ ଜିତିଲେ ମୀରାବାଇ ଚାନୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ। ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ। ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ୍ସରେ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

 ପ୍ରତିଯୋଗିତାରେ ଚାରିଟି ସଫଳ ପ୍ରୟାସରେ ଚାନୁ ମୋଟ 202 କିଲୋଗ୍ରାମ (କ୍ଲିନ୍‌ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ) ଉଠାଇଥିଲେ । ଚୀନର ହଉ ଜିହୁ ମୋଟ 210 କିଲୋଗ୍ରାମ ସହିତ ସୁନା ପଦକ ହାସଲ କରି ଏକ ନୂତନ ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଇଣ୍ଡୋନେସିଆର ୱିଣ୍ଡୀ କାଣ୍ଟିକା ଆଇସା ମୋଟ 194 କିଲୋଗ୍ରାମ ସହିତ ବ୍ରୋଞ୍ଜ ହାସଲ କରିଛନ୍ତି।

 ଏହି ରୌପ୍ୟ ପଦକ ସହିତ, 2000 ସିଡନୀ ଗେମ୍ସରେ କର୍ଣ୍ଣମ ମାଲଲେଶ୍ୱରୀ 69 କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ହାସଲ କରିବା ପରେ ଚାନୁ ଦ୍ୱିତୀୟ ଭାରତୀୟ ଭାରୋତ୍ତୋଳକ ହୋଇପାରିଛନ୍ତି । ସେତେବେଳେ ଭାରୋତ୍ତୋଳନ ମଞ୍ଚ ପ୍ରଥମ ଥର ପାଇଁ ମହିଳାମାନଙ୍କ ପାଇଁ ଖୋଲା ଯାଇଥିଲା।

ପ୍ରଥମ ପ୍ରୟାସରେ ସେ ୮୪ ଓ ଦ୍ୱିତୀୟ ପ୍ରୟାସରେ ୮୭ କେ.ଜି ସଫଳତାର ଉଠାଇଥିବା ବେଳେ ୮୯ କେ.ଜି ଉଠାଇବାରେ ଅସଫଳ ହୋଇଥିଲେ । ଏଣୁ ତାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଛି । 

  ବର୍ତ୍ତମାନର ବିଶ୍ବ ରେକର୍ଡଧାରୀ ଜିହୁଇ ହୋ 92 କିଲୋଗ୍ରାମ ସହିତ ଏକ ନୂତନ ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରିଥିଲେ ଏବଂ ଶେଷ ପ୍ରୟାସରେ 94 କିଲୋଗ୍ରାମ ଲିଫ୍ଟ ପୂରଣ କରି ଏଥିରେ ଉନ୍ନତି କରିଥିଲେ । ମୀରାବାଇ ଚାନୁଙ୍କ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ସେହିଭଳି ସୁଟିଂରେ ମଧ୍ୟ ଭାରତର ମେଡାଲ ପକ୍କା କଲେ ସୌରଭ ଚୌଧରୀ । ସୌରଭ ୧୦ ମିଟର ଏୟାର ପିଷ୍ଟଲ ସୁଟିଂ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିସାରିଛନ୍ତି । ସେ କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ସ୍ଥାନରେ ରହିଥିଲେ ।

Related Posts