ମତଦାନକୁ କେନ୍ଦ୍ରକରି ବୁଥ ବାହାରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ । ଏନେଇ ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିିୟା ଆରମ୍ଭ ହୋଇଛି । ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବୁଥକୁ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ହେଲେ ଏହା ମଧ୍ୟରେ ଘଷିପୁରା ବ୍ଲକର ଏକ ବୁଥ ବାହାରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ତେବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନିଜ ଗାଁ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗଡ଼ା ବୁଥ୍ ବାହାରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ।

ଦୀର୍ଘଦିନ ଧରି ଏଭଳି ଘଟଣା ସେହି ଅଞ୍ଚଳରେ ଦେଖିବାକୁ ମିଳୁଥିଲା, ହେଲେ ଆଜି ମତଦାନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହେବା ଫଳରେ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିବା ଜଣାଯାଇଛି। ଏହାପରେ ଭୋଟ ଗ୍ରହଣ କାର‌୍ୟ୍ୟ ସୁରୁଖୁରରେ ଚାଲିଥିବା ଜଣାପଡ଼ିଛି ।

Related Posts