କଟକ ସଦର ଯଶପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀଙ୍କ ଅକସ୍ମାତ ମୃତ୍ୟୁ, ମତଦାନ ବନ୍ଦ

କଟକ ସଦର ଯଶପଡା ପଞ୍ଚାୟତର ସରପଞ୍ଚ ପଦ ଲାଗି ମତଦାନ ବନ୍ଦ ରହିଛି | ଆଜି ଠୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଥିବା ବେଳେ, ଯଶପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀଙ୍କ ଅକସ୍ମାତ ମୃତ୍ୟୁ ଘଟିଛି | ସରପଞ୍ଚ ପ୍ରାର୍ଥିନୀ ନମିତା ବେହେରାଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ କିପରି ମୃତ୍ୟୁ ଘଟିଲା ତାହାର କାରଣ ଜଣାପଡ଼ିନାହିଁ । ତେବେ ଯଶପଡା ପଞ୍ଚାୟତରେ ସରପଞ୍ଚ ପଦ ଲାଗି ଭୋଟ ଦାନ ବନ୍ଦ ରଖାଯାଇଛି । କିନ୍ତୁ ଅନ୍ୟ ପଦ ପାଇଁ ନିର୍ବାଚନ ଜାରି ରହିଛି ।

ସୂଚନାଯୋଗ୍ୟ, ଆଜି ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୨ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ ଏବଂ ୧,୬୬୯ଟି ଗ୍ରାମପଞ୍ଚାୟତରେ ଭୋଟଗ୍ରହଣ ହେବ । ମୋଟ ୬୭ ଲକ୍ଷ ୫୧ ହଜାର ମତଦାତା ମତସାବ୍ୟସ୍ତ କରିବେ । ୨୨, ୩୭୯ଟି ବୁଥରେ ଭୋଟିଂ କରାଯିବ । ନିର୍ବାଚନ ପାଇଁ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ହୋଇଛି ।

Related Posts