ଋଷିକୂଲ୍ୟା ନଦୀରେ ଭାସିଗଲେ ୪ ଯୁବତୀ

ସତ୍ୟପାଠ ବ୍ୟୁରୋ : ଋଷିକୂଲ୍ୟା ନଦୀରେ ଭାସିଯାଇ ୨ ଯୁବତୀ ନିଖୋଜ ହୋଇଯାଇଥିବାବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଯୁବତୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଞ୍ଜିଆମା ଗାଁ ନିକଟ ଋଷିକୂଲ୍ୟା ନଦୀ ତଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଭାସିଯାଇଥିଲେ ୪ ଜଣ ଯୁବତୀ । ସ୍ଥାନୀୟ ଲୋକଙ୍କ ଦ୍ବାରା ୨ ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିପାରିନାହାନ୍ତି ।

ଉଦ୍ଧାର ଦୁଇ ଯୁବତୀଙ୍କୁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ୨ ଯୁବତୀ ହେଲେ ସିଲି ବେହେରା ଓ ରୂପାଲି ବେହେରା । ଅନ୍ୟ ୨ ଯୁବତୀଙ୍କୁ ଖୋଜିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରଖିଛି ।

Related Posts