୨ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍

କେନ୍ଦୁଝର: ଦୁଷ୍କର୍ମକାରୀଙ୍କୁ ମିଳିଲା ଦଣ୍ଡ । 2 ଜଣ ଅଭିଯୁକ୍ତଂକୁ ୨୦ ବର୍ଷର ଜେଲ୍ ଦଣ୍ଡ । କେନ୍ଦୁଝରର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଂକୁ ମିଳିଛି ଦଣ୍ଡ । ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଏହାସହ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି ।

ଯଦି ଅଭିଯୁକ୍ତମାନେ ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ଅଧିକ ଏକ ବର୍ଷ ଜେଲ ଦଣ୍ଡା ଭୋଗିବେ । ଜିଲ୍ଲାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି। ଏହା ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ଜିଲ୍ଲାର ଘଟଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମକ ଶିକାର ହୋଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

Related Posts