କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା

ଭୁବନେଶ୍ବର : କମିଶନରେଟ ପୋଲିସକୁ ମିଳିଲା ସଫଳତା | ଦୁଇ କୁଖ୍ୟାତ ଲୁଟେରାଙ୍କୁ ଗିରଫ କଲା କମିସନରେଟ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ ।

ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଲୁଟେରା । ଏନେଇ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ ହେଲା ପୋଲିସ ଲଗାତର ଭାବେ ଏହି ଲୁଟେରାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଶେଷରେ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ କାବୁ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ, ରାଜଧାନୀରେ ଦିନକୁ ଦିନ ଲୁଟ ବଢୁଥିବା ବେଳେ, କମିସନରେଟ ପୁଲିକ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି |

Related Posts