ଜମ୍ମୁ ଏବଂ କାଶ୍ମୀରର ଖାରମାଲ ବସରେ ନିଆଁ ଲାଗି ଦୁଇ ମୃତ, ୨୨ ଜଣ ଆହତ

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରରେ ଅଘଟଣ । ବସରେ ନିଆଁ ଲାଗି ଯିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଜମ୍ମୁ ଏବଂ କାଶ୍ମୀରର ଖାରମାଲ ବସରେ ନିଆଁ ଲାଗି ଯିବାରୁ ଏହି ଅଘଟଣ ଘଟିଛି । ଏନେଇ ଜମ୍ମୁ ଏବଂ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ତେବେ ଜମ୍ମୁ ଏବଂ କାଶ୍ମୀର ପୋଲିସ ଦ୍ବାରା ହସ୍ତଗତ ପ୍ରାଥମିକ ତଥ୍ୟ ଅନୁସାରେ ବସର ଇଞ୍ଜିନ୍‌ରେ ନିଆଁ ଲାଗିବା ଫଳରେ ସମ୍ପୂର୍ଣ୍ଣ ବସରେ ନିଆଁ ଲାଗିଯାଇଥିଲା ।

ସୂଚନା ଅନୁସାରେ ବସଟି କାତ୍ରାରୁ ଜମ୍ମୁ ଯାଉଥିବା ବେଳେ ଖାରମାଲ ନିକଟରେ ନିଆଁ ଲାଗି ଯାଇଥିଲା । ଏଥିସହ ଆହତଙ୍କୁ କାତ୍ରା ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ୩ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ତାନାନ୍ତର କରାଯାଇଛି । ଏହା ସହିତ ଘଟଣାସ୍ଥଳରେ ଫରେନସିକ୍‌ ବିଭାଗ ଯାଞ୍ଚ ଆରମ୍ଭ କରିଥିବା ପୋଲିସ କହିଛି ।

ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ତଦନ୍ତ ଆରମ୍ଭ ହୋଇଛି ।

Related Posts