
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଏବେ ଗୋଟେ ବଡ଼ ଖବର ସାମ୍ନାକୁ ଆସିଛି । ପୁଣି ୟୁକ୍ରେନର ରାଜଧାନୀ କିଭ୍ରୁ ଚାଲିବ ଭାରତୀୟ ଦୂତାବାସ । ଆସନ୍ତା ୧୭ ମଇ ତାରିଖରୁ କିଭ୍ରୁ ଭାରତୀୟ ଦୂତାବାସ କାର୍ଯ୍ୟ ଆରମ୍ଭ କରିବ ।
ଋଷ ଓ ୟୁକ୍ରେନ ଯୁଦ୍ଧ କାରଣରୁ ଭାରତୀୟ ଦୂତାବାସ କିଭ୍ରୁ ୧୩ ମାର୍ଚ୍ଚ ୨୦୨୨ରେ ସ୍ତାନନ୍ତରିତ ହୋଇ ଅସ୍ଥାୟୀ ଭାବେ ପୋଲାଣ୍ଡର ୱାର୍ସରୁ କାର୍ଯ୍ୟ ପରିଚାଳନା କରାଯାଉଥିଲା ।
ମାତ୍ର ଯୁଦ୍ଧ ବୀଭଷୀକା ଟିକେ ଥମିବା ପରେ ପୁଣି କିଭ୍ରୁ ଦୂତାବାସ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଜି (ଶୁକ୍ରବାର) ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ଫେବୃୟାରୀ 24 ତାରିଖରୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏଯାବତ୍ ଯୁଦ୍ଧ ଚାଲୁ ରହିଛି । ଅନେକ କଟକଣା ପରେ ମଧ୍ୟ ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କାଟି ଚାଲିଛନ୍ତି । ଯାହାର କଡ଼ା ମୁକାବିଲା କରୁଛି ୟୁକ୍ରେନ ସେନା ।