ଦିଲ୍ଲୀରୁ ଧରାପଡ଼ିଲେ 2 ଜଣ ଆତଙ୍କବାଦୀ, 26 ଜାନୁଆରୀ ପୂର୍ବରୁ ବଡ଼ ଷଡ଼ଯନ୍ତ୍ର ବିଫଳ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆତଙ୍କ ଖେଳାଇବାକୁ ଯୋଜନା କରୁଥିବା ୨ ଜଣ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ।

ଗିରଫ ଦୁଇ ଜଣ ଆତଙ୍କବାଦୀ ହେଲେ ୨୯ ବର୍ଷୀୟ ଅବ୍ଦୁଲ ଲତିଫ୍‌ ଗନି ଓରଫ ଉମୈର୍‌ ଓରଫ୍‌ ଦିଲ୍‌ଓ୍ଵାର୍‌ ଏବଂ ୨୬ ବର୍ଷୀୟ ହିଲାଲ୍‌ ଅହମଦ ଭଟ୍ଟ । ଦିଲୱାର ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଓ୍ଵାକୁରାର ବାସିନ୍ଦା ହୋଇଥିବାବେଳେ ଓ ହିଲାଲ୍‌ର ଘର ବଟପଡ଼ା ଅଞ୍ଚଳରେ ।

ଦିଲ୍ଲୀ ଲକ୍ଷ୍ମୀନଗରଠାରେ ଥିବା ଏକ ଘରକୁ କିଛି ସନ୍ଦିଗ୍ଧ ଲୋକଙ୍କର ଯାତାୟାତ ସମ୍ପର୍କରେ ସାମରିକ ଗୁଇନ୍ଦାଙ୍କଠାରୁ ସୂଚନା ମିଳିଥିଲା । ଦିଲ୍‌ଓ୍ଵାର୍‌ଙ୍କୁ ଜାନୁଆରୀ ୨୦ ତାରିଖ ରାତିରେ ଗିରଫ କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସର ଡେପୁଟି କମିସନର ପିଏସ୍‌ ଖୁସ୍‌ଓ୍ଵାହ କହିଛନ୍ତି ।

ସେ ରାଜଘାଟରେ କାହାକୁ ଭେଟିବାକୁ ଯାଇଥିବା ବେଳେ ପୋଲିସ ହାତରେ ଧରା ପଡ଼ିଥିଲା । ତା’ ପାଖରୁ ଗୋଟିଏ ୩୨ ବୋର୍‌ ପିସ୍ତଲ୍‌ ଓ ୨୬ଟି ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା ।

ତା’ର ଅନ୍ୟା ସହଯୋଗୀ ଭଟଙ୍କୁ ଧରିବାକୁ ପୋଲିସର ଏକ ଦଳ ତୁରନ୍ତ ଜମ୍ମୁ ଓ କଶ୍ମୀର ଯାଇଥିଲା । ସେଠାରେ ଗୋଟିଏ ଘରୁ ୨ଟି ହାତଫିଙ୍ଗା ଗ୍ରେନେଡ୍‌ ମିଳିଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପୂର୍ବରୁ ସେ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲା । ପଚରାଉଚୁରାରେ ସେମାନେ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ପାଇଁ କାମ କରୁଥିବା କହିଛନ୍ତି ।

Related Posts