୧୧ ବର୍ଷ ପରେ ପାରାଦୀପକୁ ଆସିବ ଯାତ୍ରୀବାହୀ ଜାହାଜ

୧୨୦ ଯାତ୍ରୀଙ୍କୁ ନେଇ ଆସିବ ‘ସିଲଭର ସି କ୍ରୁଜ୍’

ଦୀର୍ଘ ୧୧ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିବ ଯାତ୍ରୀବାହୀ ଜାହାଜ । ‘ସିଲ୍ଭର ସି କ୍ରୁଜ୍’ ନାମକ ଏକ ଅନ୍ତର୍ଜାତୀୟ ଯାତ୍ରୀବାହୀ ଜାହାଜ ମୋନାକୋରୁ ୧୨୦ ଜଣ ଯାତ୍ରୀଙ୍କୁ ନେଇ ଆସନ୍ତା ୨୬ ତାରିଖ ଶନିବାର ସକାଳ ୬ଟାରେ ପାରାଦୀପରେ ପହଞ୍ଚିବ ।

ସନ୍ଧ୍ୟା ସୁଦ୍ଧା ଏହି ଜାହାଜ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ୧୨ ଘଣ୍ଟାର ରହଣି ସମୟରେ ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶାର ଉଦୟଗିରି ଓ ଲଳିତଗିରିରେ ଥିବା ବୌଦ୍ଧକୀର୍ତ୍ତି ବୁଲି ଦେଖିବେ । ବିଦେଶୀ ଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଦୁଇ ଜଣ ଗାଇଡ୍‌ଙ୍କୁ ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ କରାଯାଇଛି । ପୂର୍ବରୁ ୨୦୦୭ ମସିହାରେ ମିନର୍ଭା ନାମକ ଏକ ଯାତ୍ରୀବାହୀ ଜାହାଜ ପାରାଦୀପ ବନ୍ଦରକୁ ଆସିଥିଲା ଏଥିରେ ପ୍ରାୟ ୩୦୦ ଯାତ୍ରୀ ଥିଲେ । ସେମାନେ ମଧ୍ୟ ଓଡ଼ିଶାର ବୌଦ୍ଧ କୀର୍ତ୍ତି ଦେଖିବା ପାଇଁ ଆସିଥିଲେ ।

Related Posts