୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା। ଆଉ ଏହି ରଥଯାତ୍ରା ସମୟରେ ପୁରୀ ପ୍ରଶାସନକୁ ସଜାଗ ରହିବାକୁ ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ କୋଭିଡ୍ ମାମଲା ବୃଦ୍ଧି ହେବା ପରେ ସରକାର ଏହି ଚେତାବନୀ ଦେଇଛନ୍ତି । ପୁରୀ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ରଥଯାତ୍ରାରେ ବହୁସଂଖ୍ୟାରେ ଭକ୍ତ ଆସିବାର ସମ୍ଭାବନା ରହିଛି । ୨ ବର୍ଷ ପରେ ଭକ୍ତଙ୍କ ଗହଣ ବଡଦାଣ୍ଡକୁ ଓହ୍ଲାଇବେ ବଡଠାକୁର । ଆଉ ଏହି ସମୟରେ କାଭିଡ୍ ଚିିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦିଆଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts