କୁଖ୍ୟାତ କଏଦୀ ପ୍ରେମରେ ଉବୁଡୁବୁ ଜଣେ ଛାତ୍ରୀ: ଛାତିରେ ଲେଖିଲେ କଏଦୀଙ୍କ ନାଁ

ନୂଆଦିଲ୍ଲୀ: ପ୍ରେମ ଅନ୍ଧ । ପ୍ରେମ ନା ଦେଖେ ଜାତି ନା ଦେଖେ ଗୋତ୍ର । କେତେବେଳେ ଯେ କାହା ସହ ପ୍ରେମ ହୋଇଯାଏ ତାହା କାହାକୁ ବି ଜଣା ନଥାଏ । ଇଂଲଣ୍ଡରୁ ଏଭଳି ଏକ ଅଦ୍ଭୁତ ପ୍ରେମ କାହାଣୀ ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମନୋବିଜ୍ଞାନର ଜଣେ ବ୍ରିଟିଶ ଛାତ୍ରୀ ଜଣେ କଏଦୀ ପ୍ରେମରେ ପଡି ଏବେ ଉବୁଡୁବୁ ହେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଛାତ୍ରୀ ଜଣକ ଥରଟେ ହେଲେ ବି କଏଦୀ ସହିତ ଭେଟ କରି ନଥିଲେ କି ତାକୁ ଦେଖି ନଥିଲେ । କେବଳ ଏତିକି ନୁହେଁ ଏହି କୁଖ୍ୟାତ ଅପରାଧୀ ନାମରେ ଛାତ୍ରୀ ଛାତିରେ ଏକ ଟାଟୁ ମଧ୍ୟ ଆଙ୍କିଥିଲେ। ଉକ୍ତ ଛାତ୍ରୀ ଜଣକ ବ୍ରିଟେନର ବ୍ରିଷ୍ଟଲରେ ବସବାସ କରନ୍ତି।

ଜ୍ୟାକି ମ୍ୟାକଡାନଲ୍ଡ ନାମକ ଜଣେ ୩୦ ବର୍ଷ ବୟସର ମନୋବିଜ୍ଞାନ ଛାତ୍ରୀ ୨୦୧୯ରେ ‘Write a Prisoner’ ‘ ପାଇଁ ସାଇନ୍ ଅପ୍ କରିଥିଲେ । ଏହା ପରେ ସେ ୩୧ ବର୍ଷ ଆଲେକଜେଣ୍ଡର୍ ନାମକ ଜଣେ କଏଦୀ ସହ କଥା ହେବା ଆରମ୍ଭ କରିଥିଲେ। ଏହି କଏଦୀ ଡକାୟତି ମାମଲାରେ ଧରାପଡ଼ି ଜେଲ ଯାଇଥିଲା। କଥାବାର୍ତ୍ତା ହେଉହେଉ ଜ୍ୟାକିଙ୍କୁ କଏଦୀର କଣ୍ଠସ୍ବର ବହୁତ ଭଲ ଲାଗିଥିଲା। ଜ୍ୟାକି ଡକାୟତର କଥାରେ ପ୍ରଭାବିତ ହୋଇ ଭଲ ପାଇ ବସିଥିଲେ।

ଏମିତି କି ମ‌ନୋବିଜ୍ଞାନ ଛାତ୍ରୀ ୩ ମାସ ମଧ୍ୟରେ କଏଦୀକୁ ସାକ୍ଷାତ ନକରି ଛାତିରେ କୁଖ୍ୟାତ ଅପରାଧୀ ନାମରେ ଟାଟୁ ବି ଆଙ୍କି ଦେଇଥିଲେ। ଏହା ପରେ ସେ ଅପରାଧୀକୁ ଭେଟିବା ପାଇଁ ଆମେରିକାରେ ପହଞ୍ଚିଥିଲେ । ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବା ପରେ ଅପରାଧୀ ନିଜେ ଜେଲରେ ଥାଇ ଛାତ୍ରୀଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲା। ଏହା ପରେ ଦୁହିଁଙ୍କ ନିର୍ବନ୍ଧ ହୋଇଯାଇଥିଲା।

ଏହି ଘଟଣାକୁ ନେଇ ଜ୍ୟାକି କହିଛନ୍ତି ଯେ ଆଲେକଜେଣ୍ଡର ୨୦୨୫ ସୁଦ୍ଧା ଜେଲରୁ ବାହାରକୁ ଆସିବ। ଏହା ପରେ ଆମେ ଦୁହେଁ ବିବାହ କରିବୁ ।

Related Posts