ହୃଦଘାତରେ ଆଖି ବୁଜିଲେ ମୁମ୍ବାଇ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାର ମୁଖ୍ୟ ସାକ୍ଷୀ ପ୍ରଭାକର ସୈଲ

ମୁମ୍ବାଇ: ହୃଦଘାତରେ ଆଖି ବୁଜିଛନ୍ତି ମୁମ୍ବାଇ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାର ମୁଖ୍ୟ ସାକ୍ଷୀ ପ୍ରଭାକର ସୈଲ | କ୍ରୁଜ୍ ରେଡ୍ ହେବା ସମୟରେ ସେ ଟିମର ସଦସ୍ୟ ଗୋସାବୀଙ୍କ ସହ ଥିଲେ । ଆଜି ପୂର୍ବାହ୍ନ ୧୧ଟାରେ ସେଲ୍‌ଙ୍କ ଶବ ଅନ୍ଧେରୀସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ତେବେ ରେଡ୍ ପରେ ଏବଂ ଅଭିନେତା ଶାହାରୁଖଙ୍କ ପୁଅ ଆରୟନ ଖାନଙ୍କ ସମେତ ଅନ୍ୟ ଅ୍ୟ କେତେଜଣଙ୍କୁ ଗିରଫ କରାଯିବା ପରେ କେପି ଗୋସାବି ସୈମ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ସେ ୨୫ କୋଟି ଟଙ୍କାର ଡିଲ କରିଥିଲେ । ଯେଉଁଥିରେ ଉଭୟ ଗୋସାବି ଓ ଏନସିବି ଶାଖା ମୁଖ୍ୟ ସମୀର ୱାଙ୍ଖଡେଙ୍କ ଭାଗବଣ୍ଟା ହୋଇଥିଲା ବୋଲି ପ୍ରଭାକର ସାକ୍ଷୀ ଦେଇଥିଲେ ।

ପ୍ରଭାକରଙ୍କ ଏହି ସାକ୍ଷୀ ପୁରା ଘଟଣାର ମୋଡ ବଦଳାଇଦେଇଥିଲା । ଗୋସାବୀଙ୍କୁ ଏହି ଯାଞ୍ଚରୁ ବାଦ ଦିଆଯାଇଥିବାବେଳେ ସମୀର ୱାଙ୍ଖଡେଙ୍କ ବିରୋଧରେ ଷଡଯନ୍ତ୍ର ଆରମ୍ଭ ହୋଇଯାଇଥିଲା ଏବଂ ତାଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ମଧ୍ୟ ଦାବି ହୋଇଥିଲା । ସମୀଙ୍କୁ ମଧ୍ୟ ଏହି ଯାଞ୍ଚରୁ ବାଦ ଦିଆଯାଇଥିଲା । ତେବେ ପ୍ରଭାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କ୍ରୁଜ୍ ମାମଲାର ଓକିଲ କହିଛନ୍ତି ।

ସୂଚନାଯୋଗ୍ୟ, ଆର୍‌ୟନ୍‌ ଖାନ୍‌ କ୍ରୁଜ୍‌ ଡ୍ରଗ୍‌ ମାମଲାର ଚାର୍ଜସିଟ୍‌ ଫାଇଲ୍‌ କରିବା ପାଇଁ ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ ‘ଏନ୍‌ସିବି’କୁ ଆହୁରି ୬୦ ଦିନ ସମୟ ଦେଇଛନ୍ତି। କିନ୍ତୁ, ଚାର୍ଜସିଟ୍‌ ଦାଖଲ କରିବା ଲାଗି ୯୦ ଦିନ ସମୟ ଦେବା ପାଇଁ ଗତ ସୋମବାର ଦିନ ‘ଏନ୍‌ସିବି’ ଅଦାଲତଙ୍କୁ ନିବେଦନ କରିଛି।

ସ୍ମରଣଯୋଗ୍ୟ, ଗତବର୍ଷ ମୁମ୍ବାଇ ଉପକୂଳ ସମୁଦ୍ର ମଧ୍ୟରୁ ‘କର୍ଡେଲିଆ କ୍ରୁଜ୍‌’ରେ ଚଢ଼ାଉ କରି ‘ଏନ୍‌ସିବି’ ଆର୍‌ୟାନ୍‌ ଖାନ୍‌, ଅର୍‌ବାଜ୍‌ ମର୍ଚାଣ୍ଟ୍‌, ମୁମୁମ୍‌ ଧାମେଚା ଏବଂ ଆଉ ୧୫ଜଣଙ୍କୁ ଗିରଫ କରିଥିଲା |

Related Posts