ଉଦୟପୁର ହତ୍ୟାକାଣ୍ଡ ମାମଲା; କୋର୍ଟରେ ହାଜର ହେବା ସମୟରେ ଅଭିଯୁକ୍ତଙ୍କୁ ପିଟିଲେ ଲୋକେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଦୟପୁର ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ଏହା ମଧ୍ୟରେ ଜୟପୁରସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ଆଜି ହାଜର ହୋଇଥିଲେ ଉଦୟପୁରର ଦର୍ଜି କହ୍ନୈୟାଙ୍କୁ ହତ୍ୟା କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ। ହାଜର ହେବା ପରେ ଦର୍ଜି କହ୍ନୈୟାଙ୍କ ହତ୍ୟାର ସବିଶେଷ ଯାଞ୍ଚ କରିବାକୁ କୋର୍ଟ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ୧୦ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ଉଦୟପୁର ଘଟଣା ବିରୋଧରେ ଓକିଲମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଥିଲା।

କୋର୍ଟ ପରିସରରେ ଓକିଲମାନେ ସ୍ଲୋଗାନ ଦେବା ସହିତ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି କରିଥିଲେ।ଏହା ସହ କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲେ ବି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା। କୋର୍ଟ ବାହାରେ ଥିବା ଲୋକେ ତାଙ୍କୁ ଚପଲ ମାଡ଼ କରିବା ସହ ବାଡ଼ିରେ ମାଡ଼ ମାରିଥିବା କୁହାଯାଉଛି। ଏହା ସହ ଅଭିଯୁକ୍ତଙ୍କୁ ପୁଲିସ ଗାଡ଼ିରେ ବସାଉଥିବା ବେଳେ ମଧ୍ୟ ଲୋକେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଜଣାପଡ଼ିଛି।

Related Posts