ରାଇଘର ବ୍ଲକର ୩ଟି ଜାଗାରେ ଉଦନ୍ତି ଏରିଆ କମିଟି” ପକ୍ଷରୁ ମାଓ ପୋଷ୍ଟର

ଉମରକୋଟ୍: ପୁଣି ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିବାକୁ ଯାଇ ମାଓ ପୋଷ୍ଟର ଲଗାଇଛନ୍ତି । ରାଇଘର ବ୍ଲକର ୩ଟି ଜାଗାରେ ଲାଗିଛି ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛି।

ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ଗୋନାରେ ଏବଂ ଭାର୍ସୁଣ୍ଡି ଗାଁର ରାଉତପାରା ଅଞ୍ଚଳରେ ଏହି ପୋଷ୍ଟର ଓ ବ୍ୟାନର ଲାଗିଛି।

ବର୍ତମାନ ମାଓ ସଂସ୍ଥାପନ ଦିବସ ପାଳନ ଅବସରରେ ଚଳିତ ସେପ୍ଟମ୍ବର ୨୧ ରୁ ୨୭ ପର୍ଯ୍ୟନ୍ତ ସହୀଦ ସପ୍ତାହ ପାଳନ କରାଯାଉଛି ଏବଂ ଆଜି ଏହାର ଶେଷଦିନ। ମାଓ ସଙ୍ଗଠନ “ଉଦନ୍ତି ଏରିଆ କମିଟି” ପକ୍ଷରୁ ଏହି ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ୨୦୨୨ ସଂରକ୍ଷଣ ନିୟମକୁ ପ୍ରତ୍ୟାହାର କରିବାକୁ ଏଥିରେ ଲେଖା ଯାଇଥିବା ସହ ପୋଲିସ ସୂଚନାଦାତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଏହି ପୋଷ୍ଟର ଓ ବ୍ୟାନରରେ ମାଓବାଦୀମାନେ ଲେଖଛନ୍ତି। ପୋଷ୍ଟର ଓ ବ୍ୟାନର ଲାଗିବା ପରେ ରାଇଘର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Related Posts