ଆମେରିକା ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ୟୁକ୍ରେନ ରାଷ୍ଟ୍ରପତି: ମରିଯିବି ପଛେ ଦେଶ ଛାଡ଼ିବି ନାହିଁ

ରୁଷ ଜାରି ରଖିଛି ୟୁକ୍ରେନ ଉପରେ ଘନଘନ ଆକ୍ରମଣ | ବେହାଲ ହୋଇପଡିଲାଣି ୟୁକ୍ରେନ | ମାତ୍ର ନିଜ ଜିଦ ଓ ଅଟଳ ବିଶ୍ୱାସ ଆଗରେ ଅଟଳ ରହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ନିଜ ଜୀବନ ପ୍ରତି ବିପଦ ଥିବା ବେଳେ, ବିଲକୁଲ ଭୟବିତ୍ତ ନହୋଇ ଦୃଦକ୍ତି ପ୍ରକାଶ କରିଛନ୍ତ |
ଏପରିକି ଆମେରିକା ପଟୁ ମିଳିଥିବା ଦେଶ ଛାଡ଼ିବା ପାଇଁ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେହିପରି ସେ ଆମେରିକାକୁ ରୁଷ ସହ ଲଢ଼େଇ କରିବା ପାଇଁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମାଗିଛନ୍ତି।

ବର୍ତ୍ତମାନ ରୁଷ ଯେକୌଣସି ମୁହୂର୍ତ୍ତରେ କିଭ୍‌ ଦଖଲ କରିନେଇପାରେ। ଏପରି ହେଲେ ରାଷ୍ଟ୍ରପତି ଜେଲେନସ୍କି ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ବିଶ୍ୱ ସମୂହର ନିବେଦନ ପରେ ମଧ୍ୟ ୟୁକ୍ରେନ ଉପରେ ରୁଷ ହମଲା ବନ୍ଦ କରୁନାହିଁ। ତେଣୁ ସ୍ଥିତି ବିଗିଡ଼ା ପୂର୍ବରୁ ଜେଲେନସ୍କି ତାଙ୍କ ପରିବାର ସହ ତୁରନ୍ତ କିଭ୍‌ ଛାଡ଼ି ଦିଅନ୍ତୁ ବୋଲି ଆମେରିକା ପ୍ରସ୍ତାବ ଦେଇଥିଲା।

ତାଙ୍କୁ ଦେଶରୁ ସୁରକ୍ଷିତ ବାହାର କରି ଆମେରିକା ଆଶ୍ରୟ ଦେବ ବୋଲି ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଥିଲା। ହେଲେ ଜେଲେନସ୍କି ଆମେରିକାର ଦେଶ ଛାଡ଼ିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସେ କହିଛନ୍ତି, “ମୁଁ କୌଣସି ବି ପରିସ୍ଥିତିରେ ମୋ ଦେଶ ଛାଡ଼ି ଯିବିନାହିଁ। ମୁଁ ଦେଶ ଛାଡ଼ି ଭୟରେ ଚାଲି ଯାଉଥିବା ଲୋକ ନୁହେଁ। ଯଦି ଆପଣଙ୍କୁ ସହଯୋଗ କରିବାର ଅଛି, ତା’ହେଲେ ମୋତେ ଅଧିକ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଦିଅନ୍ତୁ। ମୁଁ ଶେଷ ମୁହୂର୍ତ୍ତ ଯାଏ ରୁଷ ସହ ଲଢ଼େଇ କରିବି।”

Related Posts