ବିଭିନ୍ନ ଅସ୍ତ୍ର ଧରି ଏକାଧିକ ଫଟୋ ପୋଷ୍ଟ କରି ଚହଳ ସୃଷ୍ଟି କଲେ ୟୁକ୍ରେନ ସଂସଦର ମହିଳା ସାଂସଦ କିରା ରୁଡିକି: ଶେଷ ନିଃଶ୍ୱାସ ଯାଏଁ ଆମେ ଲଢ଼ିବୁ

ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ। ଆଜିକୁ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚିଥିବା ବେଳେ, ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ଦଖଲକୁ ନେବାରେ ଲାଗିଛି। ଆଜି ୟୁକ୍ରେନର ଦକ୍ଷିଣରେ ଥିବା ମେଲିଟୋପୋଲ ସହରକୁ ଦଖଲ କରିଥିବା ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ।

ସେପଟେ ୟୁକ୍ରେନ ଯବାନ ଙ୍କ ମନବଳ ବଢ଼ାଇବା ପାଇଁ ୟୁକ୍ରେନ ସଂସଦର ମହିଳା ସାଂସଦ କିରା ରୁଡିକି ବିଭିନ୍ନ ଅସ୍ତ୍ର ଧରି ନିଜ ଟ୍ବିଟରେ ଏବେ ଏକାଧିକ ଫଟୋ ପୋଷ୍ଟ ଛନ୍ତି । ଋଷ ବିରୋଧରେ ଲଢିବାକୁ ଯୁଦ୍ଧ ମୈଦାନକୁ ଯିବେ ବୋଲି ଲେଖିଛନ୍ତି । ଏହାସହ ସେନାର ମନୋବଳ ବଢାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

କିରା ରୁଡିକି ଲେଖିଛନ୍ତି ୟୁକ୍ରେନର ପ୍ରତ୍ୟେକ ପୁରୁଷ ଓ ମହିଳା ଅସ୍ତ୍ର ଉଠାଇ ଋଷ ବିରୋଧରେ ଲଢିବାକୁ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସମସ୍ତେ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି । ଖାଲି ଏତିକି ନୁହେଁ, କିରା ବର୍ତ୍ତମାନ ସରକାରଙ୍କ ପକ୍ଷରୁ ବିଭିନ୍ନ ଟିଭିରେ ପକ୍ଷ ରଖୁଛନ୍ତି । ଏହାସହ ୟୁକ୍ରେନ କିଭଳି ଏକଟିଆ ଲଢେଇ କରୁଛି, କେହି ସାହାଯ୍ୟ କରୁନାହାଁନ୍ତି ତାହା ମଧ୍ୟ ବର୍ଣ୍ଣନା କରୁଛନ୍ତି । ଏହାସହ ସେ ବିଶ୍ବବାସୀଙ୍କ ସମର୍ଥନ ଲୋଡିଛନ୍ତି ।

ଏକାଧିକ ଟ୍ବିଟ କରି କିରା ଲେଖିଛନ୍ତି, ପୁରା ବିଶ୍ବ ଆମକୁ ଏକ ବିପଦକୁ ଠେଲି ଦେଇଛି । ଆମକୁ କେହି ସାହାଯ୍ୟ କରୁନାହାଁନ୍ତି । ଆମେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ କରିବୁ । ଆମେ କୌଣସି ସ୍ଥିତିରେ ଆତ୍ମସମର୍ପଣ କରିବୁ ନାହିଁ, ପରିଣାମ ଯାହା ହେଉନା କାହିଁକି । କାରଣ ଏହି ଦେଶ ହେଉଛି ଆମର, ଏହି ସହର ହେଉଛି ଆମର, ଏହି ମାଟି ହେଉଛି ଆମର । ଏହି ମାଟି ଛାଡି ଆମେ କୁଆଡେ ଯିବୁ ନାହିଁ । ଏହି ମାଟି ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢିବୁ ।

Related Posts