ସ୍ବାମୀଙ୍କ ଦ୍ବିତୀୟ ବିବାହକୁ ସହ୍ୟ କରିପାରିଲେନି ପ୍ରଥମ ପତ୍ନୀ: ଘରେ ଲଗାଇଦେଲେ ନିଆଁ, ୪ ଜୀବନ୍ତ ଦଗ୍ଧ

ବିହାର: ଗୋଟିଏ ସ୍ତ୍ରୀ କେବେବି ନିଜ ସ୍ୱାମୀଙ୍କ ଦ୍ଵିତୀୟ ପତ୍ନୀ ବା ନିଜ ସଉତୁଣୀକୁ ସହ୍ୟ କରି ପରେ ନାହିଁ | ଉପରେ ମଧ୍ୟରେ ସବୁବେଳେ, ଅଶାନ୍ତି ଲାଗି ରହିଥାଏ | ଯାହା ପରବର୍ତୀ ସମୟରେ ଏକ ଭୟଙ୍କର ସ୍ଥିତି ଉତ୍ପଣ କରେ |

ତେବେ ବିହାର ଦରଭଙ୍ଗା ଜିଲ୍ଲାର ବିରାଉଲ ପୋଲିସ ଷ୍ଟେସନ ଅଞ୍ଚଳର ସୁପାଲ ବଜାରର ଶେଖପୁରା ମୋହାଲାରୁ ଆସିଛି ଏପରି ଏକ ହୃଦୟ ବିଦାରକ ଘଟଣା | ସ୍ୱାମୀର ଦ୍ଵିତୀୟ ବିବାହକୁ ନେଇ ପ୍ରଥମ ପତ୍ନୀ ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି | ସ୍ବାମୀଙ୍କ ଦ୍ବିତୀୟ ବିବାହରେ କ୍ରୋଧିତ ହୋଇ ପତ୍ନୀ ଏପରି ପଦକ୍ଷେପ ନେଇଛନ୍ତି, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିନଥିବେ ।

ଶନିବାର ଏହି ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ସ୍ବାମୀ ଦ୍ବିତୀୟ ଥର ବିବାହ କରିବା ପରେ ପତ୍ନୀ ପେଟ୍ରୋଲ ଛିଞ୍ଚି ପୁରା ଘରେ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିରେ ପରିବାରର ଚାରିଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।ଏପରିକି ଘଟଣାରେ ସମ୍ପୃକ୍ତ ମହିଳାଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ଶେଖପୁରା ମୋହାଲାରେ ଜନୈକ ବ୍ୟକ୍ତିଙ୍କ ପିଲାଛୁଆ ନ ହେବାରୁ ସେ ଦ୍ବିତୀୟ ବିବାହ କରିଥିଲେ । ଏହାପରେ ପ୍ରଥମ ପତ୍ନୀ କ୍ରୋଧିତ ହୋଇ ନିଜ ଉପରେ ଏବଂ ସମ୍ପୂର୍ଣ୍ଣ ଘରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ । ଏଥିରେ ପ୍ରଥମ ପତ୍ନୀ ଏବଂ ଶାଶୁଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଏବଂ ଦ୍ବିତୀୟ ପତ୍ନୀଙ୍କୁ ଗିରିତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି । ଶନିବାର ଭୋର 5ଟା ସମୟରେ ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Posts