କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପୁଣି ଥରେ ନିଜକୁ ସୄଧୁଡ଼ କରିବା ପାଇଁ ନିଜ ଦଳକୁ ପ୍ରମୁଖ ବିରୋଧୀ ଦଳ ଭାବେ ଠିଆ କରିବା ପାଇଁ ପୁଣି ଥରେ ଗାଦି ଅକ୍ତିଆର କରିବା ପାଇଁ ଅଂଟା ଭିଡିଛି କଂଗ୍ରେସ | ଏନେଇ ଉଦୟପୁରରେ କଂଗ୍ରେସର 3 ଦିନିଆ ଚିନ୍ତନ ଶିବିର ଚାଲିଥିବା ବେଳେ, ଆଜି (ରବିବାର) ଶେଷ ଦିନ | ଦଳକୁ ପୁନଃର୍ଜୀବିତ କରିବାକୁ ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଶିବିର ଶେଷ ହେବା ପରେ ଜନତାଙ୍କ ସହିତ ଯୋଡି ହେବାକୁ ଦଳ ଆଉ ଏକ ପ୍ରୟାସ ଆପଣାଇବାକୁ ଯାଉଛି ।

ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପାଦ ପଦଯାତ୍ରା ଆରମ୍ଭ କରିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଆରମ୍ଭ ହେବାର ସମ୍ଭାବନା ଥିବା ବିଶେଷ ସୁତ୍ରରୁ ଖବର ମିଳିଛି ।ସେହିପରି ସରକାରଙ୍କ ବିଫଳତାକୁ ଆଖି ଆଗରେ ରାଜ୍ୟ ମାନଙ୍କରେ ରାଜ୍ୟ ନେତାଙ୍କ ଦ୍ବାରା ସମାନ ପଦଯାତ୍ରା ଆୟୋଜିତ ହେବା ନେଇ ସୂଚନା ମିଳିଛି । କଂଗ୍ରେସ ୱାର୍କିଂ କମିଟି(CWC) ଦ୍ବାରା ନିଷ୍ପତ୍ତି ନିଆଯିବ । ଦେଶରେ ଦରଦାମ ବୃଦ୍ଧି ଏବଂ ଅର୍ଥନୀତି ସମସ୍ୟା ନେଇ କେନ୍ଦ୍ର ସରକାରଙ୍କ ଘେରିବାକୁ ପ୍ରସ୍ତୁତ ହେଉଛି । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ହେବ ।ଲୋକଙ୍କୁ ଭୟ ଏବଂ ଅସୁରକ୍ଷିତ ଅବସ୍ଥାରେ ରହିବାକୁ ବାଧ୍ୟ କରିବା ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏହାକୁ ରୋକିବାକୁ ପଡିବ ଲୋକଙ୍କୁ ଶାନ୍ତିରେ ବଞ୍ଚିବାକୁ ହେବ । କଂଗ୍ରେସ ସର୍ବଦା ଏକତାର ବାର୍ତ୍ତା ଦିଏ ବୋଲି କହିଛନ୍ତି ସୋନିଆ ଗାନ୍ଧୀ ।

ଚିନ୍ତନ ଶିବିରରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ବରିଷ୍ଠ ନେତାମାନଙ୍କ ସହ ଦଳର ଗଣ ଆନ୍ଦୋଳନ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ଦେଶରେ ଦରଦାମ ବୃଦ୍ଧି, ବେରୋଜଗାରୀ ଆଜି ସରକାରଙ୍କ ଭୁଲ ନୀତି ବିଷୟରେ କିପରି ଲୋକ ଅବଗତ ହେବେ ତାହା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କହିଥିଲେ କଂଗ୍ରେସ ଅଧ୍ୟକ୍ଷା ।

Related Posts