ବାହାରି ପାରିଲାନି ନିଷ୍କର୍ଷ: ଅଧାରେ ଅଟକିଲା ରୁଷ-ୟୁକ୍ରେନ ଚତୁର୍ଥ ପର୍ଯ୍ୟାୟ ଆଲୋଚନା

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ 19 ଦିନରେ ପହଂଚିଥିବା ବେଳେ, ଋଷ ସେନା ଲଗାତାର ଭାବେ ଆକ୍ରମଣ କରି ଚାଲିଛନ୍ତି । ୟୁକ୍ରେନ ସେନା ମଧ୍ୟ ଋଷ ସେନାଙ୍କ କଡ଼ା ମୁକାବିଲା କରୁଛନ୍ତି । ଫଳରେ ଉଭୟ ପରସ୍ପର ଜିଦ୍ ରେ ଅଟଳ ଥିବା ବେଳେ, ଯୁଦ୍ଧ ଭୟଂକର ରୂପରେ ପରିଣତ ହୋଇଛି ।

ତେବେ ଏହାରି ମଧ୍ୟରେ ଉଭୟ ଦେଶର ପ୍ରତିନିଧି ଙ୍କ ମଧ୍ୟରେ ବସିଥିବା ବୈଠକ ବିଫଳ ହୋଇଛି । ପୂର୍ବରୁ ଉଭୟ ଦେଶ ମଧ୍ୟରେ 3 ଥର ବୈଠକ ବସିଥିବା ବେଳେ, ବିଫଳ ହେବା ପରେ ଆଜି ବସିଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଅଧାରେ ଅଟକିଛି ରୁଷ-ୟୁକ୍ରେନ ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଆସନ୍ତାକାଲି ପୁଣିଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏହି ଆଲୋଚନା ବେଳେ ୟୁକ୍ରେନ ଦାବି କରିଥିଲା ତୁରନ୍ତ ଅସ୍ତ୍ରବିରତି ହେଉ ଏବଂ ସିଧା ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେବାକୁ ୟୁକ୍ରେନ ଚାହୁଁଛି ବୋଲି ଜୋଲେନସ୍କିଙ୍କ ପ୍ରତିନିଧି କହିଥିଲେ ।

ଅନ୍ୟପଟେ ଆସନ୍ତାକାଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକାର ସଂସଦକୁ ଉଦବୋଧନ କରିବେ ବୋଲି ଜଣାପଡିିଛି । ଭିଡିଓ କନଫରେନସିଂ ଜରିଆରେ ଆମେରିକାର ଉଭୟ ସଂସଦରେ ନିଜର ବାର୍ତା ଦେବେ ବୋଲି ଆମେରିକାର ଡେମୋକ୍ରାଟିକ ନେତା କହିଛନ୍ତି । ରୁଷର ଆକ୍ରମଣକୁ ନେଇ ଜାତିସଂଘ ମାନବାଧିକାର ଅଫିସ ଜବାବ ରଖି କହିଛି ମାର୍ଚ୍ଚ ୧୩ ସୁଦ୍ଧା ୟୁକ୍ରେନର ୬୩୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ ୪୬ ଜଣ ଛୋଟ ଛୁଆ ରହିଛନ୍ତି ।

Related Posts