ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ: ୪୦ ଡିଗ୍ରୀ ଉପରେ ରାଜ୍ୟର 5 ସହର

ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଜି ରାଜ୍ୟର ୫ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସହ ୪୧.୪ ଡିଗ୍ରୀ ସହ ଟିଟିଲାଗଡ଼ ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ବଲାଙ୍ଗିରରେ ତାପମାତ୍ରା ୪୧ଡିଗ୍ରୀ ପାର କରିଛି। ବୌଦ୍ଧ, ଅନୁଗୋଳ ଓ ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ବାଲେଶ୍ୱରରେ ୩୫.୫ ଡିଗ୍ରୀ, ଚାନ୍ଦବାଲିରେ ୩୭.୩ ଡିଗ୍ରୀ, କଟକରେ ୩୭.୨ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୧.୨ ଡିଗ୍ରୀ, ପୁରୀରେ ୩୨.୫ ଡିଗ୍ରୀ, ଅନୁଗୋଳରେ ୪୦.୧ ଡିଗ୍ରୀ, ବାରିପଦା ୪୦.୦ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୮ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଠିକ୍‌ ସେହିପରି ସମ୍ୱଲପୁରରେ ୩୮.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୩୭.୫ ଡିଗ୍ରୀ, ହୀରାକୁଦରେ ୩୭.୮ ଡିଗ୍ରୀ, ତାଳଚେରରେ ୩୯.୦ ଡିଗ୍ରୀ, ଭବାନୀପାଟଣାରେ ୩୭.୫ ଡିଗ୍ରୀ, ବଲାଙ୍ଗିରରେ ୪୧.୦ ଡିଗ୍ରୀ, କୋରାପୁଟରେ ୩୪.୬ ଡିଗ୍ରୀ, ଫୁଲବାଣୀରେ ୩୮.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୪ ଡିଗ୍ରୀ, ମାଲକାନଗିରିରେ ୩୬.୫ ଡିଗ୍ରୀ, ସୋନପୁରରେ ୩୯.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୨.୦ ଡିଗ୍ରୀ, ନୟାଗଡ଼ରେ ୩୮.୦ ଡିଗ୍ରୀ, ବୌଦ୍ଧରେ ୪୦.୦ ଡିଗ୍ରୀ, ଛତ୍ରପୁରରେ ୩୭.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ରାୟଗଡ଼ାରେ ୩୭.୦ ଡିଗ୍ରୀ, ଭଦ୍ରକରେ ୩୬.୦ ଡିଗ୍ରୀ ଓ ଯାଜପୁରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related Posts