କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଜ୍ଞାନବ୍ୟାପି ପରିସରର ସର୍ଭେ କାର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଜ୍ଞାନବ୍ୟାପି ପରିସରର ସର୍ଭେ କାର୍ଯ୍ୟ । ଭିଡିଓଗ୍ରାଫି ପାଇଁ ବିଶେଷ କ୍ୟାମେରା ଓ ଲାଇଟ ବ୍ୟବସ୍ଥା କରାଯାଇଛି । ଏହି ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତଳ ମହଲାରୁ ସର୍ଭେ ଆରମ୍ଭ କରାଯାଇଛି । ଏବେ ପର୍ଯ୍ୟନ୍ତ ୨ଟି କୋଠରୀର ସର୍ଭେ କରାଯାଇଥିବା ଜଣାପଡ଼ିଛି । ସେପଟେ ଏହି ସର୍ଭେ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ମୈଦାଗିନ ଓ ଗୋଦୌଲିୟା ଆଡ଼କୁ ଯାଇଥିବା ରାସ୍ତାକୁ ସାଧାରଣ ଯାତ୍ରୀଙ୍କ ଗମନା ଗମନ ପାଇଁ ବନ୍ଦ କରି ଦିଆଯାଇଛି । ଏପରିକି ସର୍ଭେ ସମୟରେ ମସଜିଦ ଆଖପାଖରେ ଥିବା ସମସ୍ତ ଦୋକାନକୁ ବନ୍ଦ କରାଯାଇଛି ।

ଅନ୍ୟପଟେ ସର୍ଭେ ପାଇଁ ୫୨ ଜଣିଆ ଏକ ଟିମ ଭିତରକୁ ଯାଇଛନ୍ତି । ଏମାନଙ୍କ ମଧ୍ୟରେ କୋର୍ଟ କମିଶନର ଅଜୟ କୁମାର ମିଶ୍ରା ଓ ତାଙ୍କ ସହ ୨ ସହଯୋଗୀ କୋର୍ଟ କମିଶନର ବାଦୀ ପ୍ରତିବାବୀ ପକ୍ଷରୁ ଲୋକ, ଡିଜିସି ସିଭଲ, ଜିଲ୍ଲା ପ୍ରଶାସନ ଓ ଉଚ୍ଚ ଅଧିକାରୀ, ସୁରକ୍ଷାକର୍ମୀ, ଭିଡିଓଗ୍ରାଫର, ଫଟୋଗ୍ର।।ଫର ସମେତ ୫୨ ଜଣ ସର୍ଭେ ପାଇଁ ଜ୍ଞାନବ୍ୟାପି ମସଜିଦ ପରିସରରେ ପ୍ରବେଶ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts