ବିଏସଏଫ ଯବାନଙ୍କ ଗୁଳି ମାଡ଼ରେ ଫେରିଗଲା ପାକିସ୍ତାନ ଡ୍ରୋନ୍‌: ଛାନଭିନ ଆରମ୍ଭ

ଜମ୍ମୁ: ବିଫଳ ହେଲା ପାକିସ୍ତାନ ଯୋଜନା | ସୀମାରେ ମୁତୟନ ଥିବା ଯବାନ ପାକିସ୍ତାନ କୁ ମୁହଁତୋଡ ଜବାବ ଦେଇଛନ୍ତି |ଆଜି ସକାଳ ଭୋର ଭୋରରୁ ପାକିସ୍ତାନ ପକ୍ଷରୁ ଏକ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା | ଅନ୍ତର୍ଜାତୀୟ ସୀମାରେ ମୁତୟନ ବିଏସଏଫ ଯବାନ ଏହି ଡ୍ରୋନ୍‌ ଉପରେ ଗୁଳିମାଡ କରିଛନ୍ତି । ଯାହା ଫଳରେ ଡ୍ରୋନ୍‌ଟି ଫେରିଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ଡ୍ରୋନ୍ ଦ୍ବାରା କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ମାଦକ ପଦାର୍ଥ ପକାଯାଇଛି କି ନାହିଁ ସଂପୃକ୍ତ ଅଞ୍ଚଳରେ ସେନେଇ ବ୍ୟାପକ ଛାନଭିନ୍ କରାଯାଉଛି ।

ବିଏସଏଫର ଉପ ମହାନୀରିକ୍ଷକ ଏସପି ସନ୍ଧୁ କହିଛନ୍ତି ଯେ, ଶନିବାର ଭୋରରୁ ବିଏସଏଫ ଯବାନମାନେ ଆକାଶରେ ଏକ ଉଜ୍ବଳ ଆଲୋକ ଦେଖିଥିଲେ । ପରେ ତାହା ଏକ ପାକିସ୍ତାନୀ ଡ୍ରୋନ୍ ବୋଲି ଜଣାପଡିଥିଲା । ଅରନିୟା ଅଞ୍ଚଳରେ ତୁରନ୍ତ ସେହି ଦିଗରେ ଗୁଳି ମାଡ କରାଯାଇଥିଲା । ଫଳରେ ପାକିସ୍ତାନୀ ଡ୍ରୋନ୍‌ଟି ଫେରିଯାଇଥିଲା । ସଂପୃକ୍ତ ଅଞ୍ଚଳରେ ମିଳିତ ଅପରେସନ୍ ଆରମ୍ଭ କରାଯାଇଛି ।

ଅଧିକାରୀଙ୍କ ଅନୁସାରେ ବିଏସଏଫ ଯବାନ ଭୋର ପ୍ରାୟ ୪ଟା ୪୫ ମିନିଟ୍‌ ସମୟରେ ପାକିସ୍ତାନ ଡ୍ରୋନ୍‌କୁ ଦେଖିଥିଲେ । ତାହାକୁ ତଳକୁ ଖସାଇବା ପାଇଁ ପ୍ରାୟ ୮ଟି ଗୁଳି ଚଳାଇଥିଲେ । ଡ୍ରୋନ୍‌ଟି ସେହିଠାରେ କିଛି ସମୟ ଘୁରିବା ପରେ ଫେରିଯାଇଥିଲା । ଏହାପରେ ସଂପୃକ୍ତ ଅଞ୍ଚଳରେ ଛାନଭିନ୍ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଗତ ୭ ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟଣା । ମେ’ ୭ ତାରିଖରେ ଏହି ଅଞ୍ଚଳରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନ୍ ଉପରକୁ ଗୁଳି ମାଡ କରିଥିଲେ । ଯାହା ଫଳରେ ଡ୍ରୋନ୍‌ଟିକୁ ଫେରିବାକୁ ପଡିଥିଲା ।

ଅନେକ ସମୟରେ ପାକିସ୍ତାନ ଦେଶରେ ଆତଙ୍କ ସୃଷ୍ଟି କରିବା ଲକ୍ଷ୍ୟରେ ଥିବା ଥିବା ବେଳେ, ଯାହାର କଡା ଜବାବ ଦେଉଛନ୍ତି ସୀମାରେ ଜଗି ରହିଥିବା ଯବାନ |

Related Posts