ଏମାର ମଠରୁ ମିଳିଲା ଗୁପ୍ତ କୋଠରୀ; ପଢନ୍ତୁ କଣ ରହିଛି ଏହି ଗୁପ୍ତ କୋଠରୀର ରହସ୍ୟ…

ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଠାବ ହୋଇଛି ଚାରି ଥାକିଆ ଭୂତଳ ଘର। ମଠର ତଳ ଭାଗରେ ଥିବା ଏହି ଘର ବହୁ ପୁରୁତନ ହୋଇଥିବା ଅନୁମାନ କରାଯାଉଛି। ଏହା ୩ ଶହ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଅନୁମାନ କରାଯାଉଛିା ଆଜି ମଠ ଭଙ୍ଗା ଯିବା ବେଳେ ହଠାତ୍ ଏହି ଘରର ସନ୍ଧାନ ମିଳିଛି।

ମିଳିଥିବା ସୂଚନା ମୁତାବକ,  ଏହି ଭୂତଳ ଘରେ ପୂର୍ବରୁ ଖାଦ୍ୟ, ଶସ୍ୟ ସହ ଅନ୍ୟ ମୂଲ୍ୟବାନ ଆବଶ୍ୟକ ପଦାର୍ଥକୁ ଗଚ୍ଛିତ ରଖାଯାଉଥିବା ସୂଚନା ମିଳିଛି। ପୂର୍ବରୁ ଦୁର୍ଭିକ୍ଷ ପଡ଼ିବା ବେଳେ ଏମାର ମଠରେ ଖାଦ୍ୟଶସ୍ୟ ଗଚ୍ଛିତ ରଖାଯାଉଥିଲା। ସେହିପରି ବାହ୍ୟଶତ୍ରୁ ଆକ୍ରମଣ ବେଳେ ମୂଲ୍ୟବାନ ସାମଗ୍ରୀକୁ ଏହି ଭୂତଳ ଘରେ ଲୁଚାଇ ରଖାଯାଉଥିବା ଶୁଣିବାକୁ ମିଳୁଛି। ଆଜି ଏହି ଭୂତଳ ଘରକୁ ଉଚ୍ଛେଦ ପୂର୍ବରୁ ସ୍ନେକ୍ ହେଲପ୍‌ ଲାଇନ୍‌  ସଦସ୍ୟ ପହଞ୍ଚିଥିଲେ।

ବର୍ଷ ବର୍ଷ ଧରି ଏହି ଘରଗୁଡ଼ିକ ପରିତ୍ୟକ୍ତ ହୋଇ ପଡ଼ି ରହିଥିବାରୁ ସାପ ଓ ବହୁ ସଂଖ୍ୟାରେ ଚେମିଣି ଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏହି ଘରକୁ ଭଙ୍ଗା ଯିବା ପୂର୍ବରୁ ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ଭିତରକୁ ଯାଇଥିଲେ। ବହୁ ପୁରୁଣା ଘର ହୋଇଥିବାରୁ ଆଲୋକ ସଂଯୋଗ ହୋଇନାହିଁ। ଫଳରେ ଭୂତଳ ଘର ସମ୍ପର୍କରେ ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନି। ଏମାର ମଠରୁ ଭୂତଳ ଘର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଭୂତଳ ଘର ଦେଖିବାକୁ ପହଞ୍ଚୁଛନ୍ତି।

Related Posts